ମୁମ୍ବାଇ, ୨୬ା୨: ମାର୍ଚ୍ଚ ୨ରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ । ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିବା ପରେ ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାତେଇବାରେ ସଫଳ ହୁଏ, ତେବେ ୱାର୍ଲ୍ଡ ·ମ୍ପିଆନସିପର ଫାଇନାଲକୁ ଯିବାର ରାସ୍ତା ସଫା ହୋଇଯିବ । ଅନ୍ୟପଟେ ଅଷ୍ଟ୍ରେଲିଆକୁ ତୃତୀୟ ଟେଷ୍ଟ ମ୍ୟାଚ୍ ଫାଇଟ୍ ବ୍ୟାକ୍ କରିବା ସହଜ ହେବନାହିଁ । ଦୁଇ ଷ୍ଟାର ଖେଳାଳିଙ୍କ ଠାରୁ ସତର୍କ ରହିବାକୁ ପଡିବ । ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ଫାଇଟ ବ୍ୟାକ୍ କରିବାକୁ ବି ସୁଯୋଗ ଦେଇନି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଭାରତୀୟ ସ୍ପିନର । ଯେଉଁଥିପାଇଁ କଙ୍ଗାରୁ ଟିମ ପାଇଁ ଅଡୁଆ ବଢିଛି । ଏହି ସିରିଜରେ ଭାରତୀୟ ସ୍ପିନର ଜାଡେଜା ଏବଂ ଅଶ୍ୱିନ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଅଶ୍ୱିନ ଏବଂ ଜାଡେଜା ଉଭୟ ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ଠେଲି ଦେଇଥିଲେ । ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏପର୍ଯ୍ୟନ୍ତ ୧୮ ୱିକେଟ୍ ନେଇଥିବା ବେଳେ ଜାଡେଜା ୧୭ଟି ଶିକାର କରିଛନ୍ତି । ବର୍ଡର-ଗାଭାସ୍କର ସିରିଜରେ ଏହି ସ୍ପିନର ଯୋଡି ମୋଟ ୩୧ ୱିକେଟ୍ ନେଇଛନ୍ତି । ତେବେ ତୃତୀୟ ମ୍ୟାଚରେ କଙ୍ଗାରୁ ଟିମକୁ ଧ୍ୱଂସବିଧ୍ୱଂସ କରିବାକୁ ତୟାର ରହିଛି ଟିମ ଇଣ୍ଡିଆ । ସେହିପରି ଇନ୍ଦୋରରେ ଟିମ ଇଣ୍ଡିଆର ଘାତକ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଜବରଦସ୍ତ ରେକର୍ଡ ରହିଛି । ଏଠାରେ ଖେଳାଯାଇଥିବା ୨ଟି ମ୍ୟାଚରେ ବିରାଟ କୋହଲି ୨୨୮ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଏହି ସିରିଜରେ କୋହଲିଙ୍କ ବ୍ୟାଟ୍ ନିରବ ରହିଛି । ଉଭୟ ମ୍ୟାଚରେ କୋହଲି ୭୬ ରନର ପାଳି ଖେଳିଛନ୍ତି । ଏଭଳି ପରିସ୍ଥିତିରେ ତୃତୀୟ ଟେଷ୍ଟରେ କୋହଲିଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଦେଖିବାକୁ ମିଳିବା ନେଇ ଆଶା ରହିଛି ।