୨୭ରେ କୃଷକଙ୍କୁ ମିଳିବ ପିଏମ କିସାନର ୧୩ତମ କିସ୍ତି

0 85

ନୂଆଦିଲ୍ଲୀ: ହୋଲି ପୂର୍ବରୁ ପିଏମ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କୁ ୧୩ତମ କିସ୍ତି ଜାରି କରିବେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ୧୩ତମ କିସ୍ତି ରିଲିଜ୍‌ କରିବା ପାଇଁ ତାରିଖ ଏବଂ ସମୟ ଘୋଷଣା କରିଛନ୍ତି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ଟ୍ୱିଟ୍‌ ଜରିଆରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଫେବ୍ରୁଆରୀ ୨୭, ଅପରାହ୍ଣ ୩ଟାରେ କର୍ଣ୍ଣାଟକ ବେଲଗାଭୀରୁ ୧୩ତମ କିସ୍ତି ଜାରି କରିବେ । ପିଏମ ମୋଦୀ ୮ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ଟଙ୍କା ଟ୍ରାନ୍ସଫର କରିବେ । ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ
ୟେଦିୟୁରପ୍ପାଙ୍କ ଜନ୍ମ ଦିନ ଅବସରରେ ପିଏମ ସମ୍ମାନ ନିଧିର ପରବର୍ତ୍ତୀ ଜାରି କରାଯାଉଛି । ପିଏମ ମୋଦୀ ଏହି ସପ୍ତାହରେ କର୍ଣ୍ଣାଟକର ଶିବମୋଗା ଗସ୍ତ କରି ସେଠାରେ ଏକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦଘାଟନ କରିବେ । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ ଅକ୍ଟୋବରରେ ଦିଲ୍ଲୀରୁ କୃଷକଙ୍କ ବ୍ୟାଙ୍କ ଖାତାକୁ ୨୨,୦୦୦ କୋଟି ଟଙ୍କା ୧୨ତମ କିସ୍ତି ବାବଦରେ ଟ୍ରାନ୍ସଫର କରିଥିଲେ । ବର୍ତ୍ତମାନ ସୁଦ୍ଧା ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀଙ୍କ ୧୪ କୋଟି ବ୍ୟାଙ୍କ ଖାତାକୁ ୨.୭୦ ଲକ୍ଷ କୋଟି ଟଙ୍କା ଜାରି କରି ହୋଇସାରିଛି । ପିଏମ କିସାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଗରିବ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିନ୍ତି । ଏହା ଜରିଆରେ ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏ ସରକାର ଜାରି କରନ୍ତି । ୨୦୧୯ ଫେବ୍ରୁଆରୀ ୨୪ରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.