ଆଦାନୀ-ହି‌ଣ୍ଡେନ୍‌ବର୍ଗ ବିବାଦ: ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେବିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0 97

ନୂଆଦିଲ୍ଳୀ: ଆଦାନୀ-ହି‌ଣ୍ଡେନ୍‌ବର୍ଗ ମାମାଲାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବଜାର ନିୟାମକ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଜେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)କୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ସେବୁ ପୂର୍ବରୁ ହିଁ ଉଭୟ ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରୁଛି। ଏ ନେଇ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବରେ ଗଠନ ହୋଇଥିବା ଖଣ୍ଡପୀଠରେ କୁହାଯାଇଛି ‌କି ଏହି ମାମଲା ସଂକ୍ରାନ୍ତୀୟ ଆହୁରି ଅନେକ ଦିଗକୁ ନେଇ ନିୟାମକ ସଂସ୍ଥା ତଦନ୍ତ କରିବ। ଷ୍ଟକ୍‌ ମୂଲ୍ୟର ଉଲ୍ଲଂଘନ ଓ ‘ମ୍ୟାନିପୁଲେସନ୍‌’ ହୋଇଛି କି ନାହିଁ ତାହାର ତଦନ୍ତ ବି ସେବି କରିବ ବୋଲି ଖଣ୍ଡପୀଠରେ କୁହାଯାଇଛି। ଷ୍ଟକ୍‌ ମାର୍କେଟର ନିୟାମକ ପ୍ରଣାଳୀର ବିସ୍ତୃତ ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ ଦଳ ବି ଗଠନ କରିଛନ୍ତି। ଏହି ଦଳର ନେତୃତ୍ବ ଅବସରପ୍ରାପ୍ତ ଜଷ୍ଟିସ୍‌ ଏଏମ୍‌ ସାପ୍‌ରେ ନେଇଥିବା ବେଳେ ଏଥିରେ ଓପି ଭଟ୍ଟ, ଜଷ୍ଟିସ୍‌ କେପି ଦଭେଦତ୍ତ, କେଭି କମାଟ, ନନ୍ଦନ ନିଲେକାନି ଏବଂ ସୋମ‌ାଶେଖର ସୁଦର୍ଶନ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଗବେଷକ ସଂସ୍ଥା ହି‌ଣ୍ଡେନ୍‌ବର୍ଗ ଆଦାନୀ ଗ୍ରୁପ୍‌ ବିରୋଧରେ ହିସାବ ଠକେଇ ଏବଂ ଷ୍ଟକ୍ ହେରଫେର ସମେତ ଅନ୍ୟାନ୍ୟ ଅଭିଯୋଗ ଆଣିବା ପରେ ଏ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ଅଦାନି ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗଣମାଧ୍ୟମ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢିଥିଲା ଏବଂ ଦୁହେଁ ନିଜ ଦାବି ଉପରେ ଅଟଳ ରହିଛନ୍ତି।ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ କମ୍ପାନିର ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍ ଅଧିନସ୍ଥ କମ୍ପାନିଗୁଡ଼ିକ ବ୍ୟାପକ କ୍ଷତି ସହିସାରିଲେଣି ।

 

Leave A Reply

Your email address will not be published.