ଆର ଅଶ୍ୱିନ୍‌ ନମ୍ବର ୱାନ୍‌ ବୋଲର

0 97

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଦ୍ୱାରା ବୁଧବାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି । ବୋଲିଂ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ । ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଏକ ନମ୍ବର ବୋଲର ମାନ୍ୟତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଅଶ୍ୱିନଙ୍କୁ ଏହାର ଫାଇଦା ମିଳିଛି । ୩୬ ବର୍ଷୀୟ ଅଶ୍ୱିନ ୨୦୧୫ରେ ପ୍ରଥମ ଥର ନମ୍ବର ୱାନ ଟେଷ୍ଟ ବୋଲରର ମାନ୍ୟତା ହାସଲ କରିଥିଲେ । ଏହାପରେ ସେ ଅନେକ ଥର ଶୀର୍ଷ ସ୍ଥାନରେ ରହିଥିଲେ । ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି । ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଗୋଟିଏ ସ୍ଥାନ ଫାଇଦା ମିଳିଛି । ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଭାରତର ୩ ବୋଲର ଶୀର୍ଷ ୧୦ରେ ଅଛନ୍ତି । ତୃତୀୟରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍‌ କମିନ୍ସ ଥିବା ବେଳେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ପଞ୍ଚମରେ ଅଛନ୍ତି । ଷଷ୍ଠରେ ଇଂଲଣ୍ଡର ଓଲି ରବିନସନ ଏବଂ ସପ୍ତମରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଅଛନ୍ତି । ନବମ ସ୍ଥାନରେ ଜିଲାଣ୍ଡରେ କାଇଲ୍‌ ଜେମିସନ ଏବଂ ୧୦ମରେ ଅଷ୍ଟ୍ରେଲିଆର ମିଚେଲ୍‌ ଷ୍ଟାର୍କ ଅଛନ୍ତି । ଭାରତୀୟ ବୋଲର ମହମ୍ମଦ ଶାମି ୧୮ତମ ସ୍ଥାନରେ ବିରାଜମାନ ଅଛନ୍ତି । ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ରବୀନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ କ୍ରମଶଃ ନମ୍ବର ୧ ଏବଂ ନମ୍ବର ୨ ସ୍ଥାନରେ ରହିଛନ୍ତି । ପଞ୍ଚମରେ ଅଛନ୍ତି ଅକ୍ଷର ପଟେଲ୍‌ ।

Leave A Reply

Your email address will not be published.