ଯୁଦ୍ଧ ବଢ଼ାଉଛି ଆମେରିକା: ଲାଭରୋଭ

0 102

ନୂଆଦିଲ୍ଲୀ : ଭାରତରୁଷ ସଂପର୍କରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ୍‌ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି । ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭରୋଭ କହିଛନ୍ତି ଯେ ଭାରତ ସହ ରୁଷିଆର ବନ୍ଧୁତା ବିଶେଷ ଏବଂ ବନ୍ଧୁତା କେବଳ କଥାବାର୍ତ୍ତାରେ ନୁହେଁ ବରଂ ସରକାରୀ ଦସ୍ତାବିଜରେ ଲିପିବଦ୍ଧ ହୋଇଛି । ଆମେରିକାର ନାଁ ନ ନେଇ ଋଷ ବୈଦେଶିକ ମନ୍ତ୍ରୀ “ଆସିଆନ ପ୍ଲସ୍‌ କ୍ୱାଡ୍‌’କୁ ସମାଲୋଚନା କରିଛନ୍ତି । ପୂର୍ବ ଏସିଆ ଶିଖର ସମ୍ମିଳନୀରୁ ରୁଷ୍‌ ଓ ଚୀନକୁ ହଟାଇବା ପାଇଁ ଏହା ଏକ ପ୍ରୟାସ ବୋଲି ଲାଭରୋଭ କହିଛନ୍ତି ।

ରାଇସିନା ଡାଇଲଗରେ ରୁଷ ବୈଦେଶିକ ମନ୍ତ୍ରୀ ଖୋଲାଖୋଲି ଭାବେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ନିଜ ଦେଶକୁ ରକ୍ଷା କରିବା ସହ ୟୁକ୍ରେନ ଏବଂ ଆମେରିକା ରାଷ୍ଟ୍ରପତି ଜେଲେନସ୍କି ଓ ବାଇଡେନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । କଥାବାର୍ତ୍ତା ସମୟରେ ଲାଭରୋଭ ପ·ରିଥିଲେ ଯେ ଇରାକ ଏବଂ ଆଫଗାନିସ୍ତାନରେ କ’ଣ ଘଟୁଛି ସେ ବିଷୟରେ ଆମେରିକାକୁ କାହିଁକି ପ୍ରଶ୍ନ କରାଯାଉନାହିଁ । ଆମେରିକା ଏହି ଦୁଇଟି ଦେଶରେ ଯାହା କରିଥିଲା ବା କରୁଛି ତାହା ଠିକ୍‌ ଥିଲା କି? ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶଙ୍କ ·ପ ସତ୍ତେ୍ୱ ଭାରତ ରୁଷ ବିରୋଧରେ ଜାତିସଂଘରେ ଭୋଟ ଦେଇନାହିଁ ।

Leave A Reply

Your email address will not be published.