ନିକୋବର ଦ୍ୱୀପରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

0 78

ନୂଆଦିଲ୍ଲୀ: ମଝିରେ ମଝିରେ ଭାରତରେ ମୃଦୁ ଭୂମିକମ୍ପର ଧାରା ଜାରି ରହିଛି । ସୋମବାର ନିକୋବର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ୫.୦ ତୀବ୍ର ଝଟ୍‌କାରେ ଥରିଛି ଦ୍ୱୀପାଞ୍ଚଳ । ମାର୍ଚ ୬ ତାରିଖ ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି । ଟ୍ୱିଟ୍‌ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି ନିକୋବର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି । ଏହାର ଗଭୀରତା ୧୦ କିମି ରହିଛି । ଏହା ପୂର୍ବରୁ ଚଳିତ ବର୍ଷ ଆଣ୍ଡାମାନ ଦ୍ୱୀପରେ ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ଗଭୀରତା ୭୭ କିମି ରହିଥିଲା ବୋଲି ଭାରତୀୟ ଭୂ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଗତବର୍ଷ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ୨୪ ଘଣ୍ଟାରେ ଭିତରେ ୨୨ଟି ଭୂମିକମ୍ପ ହୋଇଥିଲା ।

ଏଥିରେ ୩.୮ ତୀବ୍ରତାରୁ ଆରମ୍ଭ କରି ସର୍ବୋଚ୍ଚ ଝଟକା ୫.୦ ତୀବ୍ରତାର ଲାଗିଥିଲା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଗତକାଲି ଓଡିଶାର କୋରାପୁଟରେ ମଦ୍ୟ ସମାନ ୫.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା । କୋରାପୁଟ ଜିଲ୍ଲାର ୪ଟି ସ୍ଥାନରେ ଅନୁଭୂତ ହୋଇଥିଲା । କାକରିଗୁମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବ ସୂଚନା । ସକାଳ ୫.୦୫ରେ ଦୁଇ ସେକେଣ୍ଡ ପାଇଁ କମ୍ପନ ଅନୁଭୁତ ହୋଇଥିଲା । ସେହିପରି ଶନିବାର ସକାଳ ୫ଟା ୫ ମିନିଟରେ କୋରାପୁଟ ସମେତ ରାୟଗଡ଼ାର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୮ । କୋରାପୁଟର ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ମୃଦୁ କମ୍ପନ ଅନୁଭୂତ ହୋଇଥିବ ସୂଚନା । ଭୂମିକମ୍ପ ପରେ ଲୋକ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.