ଫୋକସରେ ମହିଳା ସଶକ୍ତିକରଣ

0 90

ଭୁବନେଶ୍ୱର : ମହିଳାଙ୍କୁ ସଶକ୍ତିକରଣ ଉପରେ ଅଧିକ ପ୍ରଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ମିଶନ ଶକ୍ତି ବିଭାଗର ବଜେଟକୁ ୨୭ ବୃଦ୍ଧି କରିଛନ୍ତି । ଏସଏଚଜି ମହିଳାଙ୍କ ହାତକୁ ଅଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଦେବା ସହିତ ସେମାନଙ୍କ କାମକୁ ସହଜ କରିବା ପାଇଁ ଇସ୍କୁଟର ଯୋଗାଇ ଦେବେ । ଏହାସହିତ ଏସଏଚଜି ମହିଳାଙ୍କୁ ଫ୍ୟାସନ୍‌, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମେଣ୍ଟ ଟ୍ରେନିଂ ଦେବେ ସରକାର । ଏସଏଚଜି ମହିଳାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଏବଂ ଗାଁ ସୁଧ କାରବାର ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନଶକ୍ତି ସଚିବ । ଏସଏଚଜି ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ।

ନାରୀ ସଶକ୍ତିକରଣକୁ ବ୍ୟାପକ ଭାବେ ଦେଖିବା କଥା । ଏହାକୁ ବିଭକ୍ତ କରିପାରିବେ ନାହିଁ । ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଏମିତି କୁହାଯାଇପାରିବ ନାହିଁ । ଏହା ଏକ ପ୍ରକ୍ରିୟା । ଗତ ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ ରହିଥିବା ବେଳେ ୬୦-୭୦% ମହିଳା ନିଜସ୍ୱ ବଳରେ ଜିତି କି ଆସିଛନ୍ତି । ଆମର ଜିଲ୍ଲା ପରିଷଦ ନିର୍ବାଚନରେ ୨୧ ମହିଳା ଅଧ୍ୟକ୍ଷା ଭାବେ ଜିତିଛନ୍ତି । ମହିଳାମାନଙ୍କୁ ଲିଡରସିପ୍‌ ରୋଲ ପ୍ଲେ କରିବାକୁ ମିଶନଶକ୍ତି ପ୍ଲାଟଫର୍ମ ଦେଇଥାଏ । ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି, ତାଙ୍କୁ ସମାଲୋଚନା କରା ନଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ । ଏହାସହିତ ଏସଏଚଜି ମହିଳା ଗାଁରେ ସୁଧ କାରବାର ଅଭିଯୋଗ ନେଇ କହିଛନ୍ତି । ଏସଏଚଜିଙ୍କୁ ୨ଟି ଲକ୍ଷ୍ୟ ନେଇ ଋଣ ଦିଆଯାଉଛି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ୱ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ, ୬୦ରୁ ୭୦% ସୁଧ ଦେଉଥିଲେ ।

ଏବେ ଏସଏଚଜି ଗ୍ରୁପ ଦ୍ୱାରା ସେମାନେ ଋଣ ପାଇପାରୁଛନ୍ତି । ଏହା ସେମାନଙ୍କର ସଶକ୍‌ତିକରଣ । ଏପଟେ ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଅଗାମୀ ୫ ବର୍ଷରେ ଏସଏଚଜି ମହିଳାଙ୍କୁ ୧୦ହଜାର କୋଟି ଟଙ୍କାର କାମ ଦେବେ ସରକାର । ବର୍ତ୍ତମାନ ୧୫ ବିଭଗରେ ଏସଏଚଜି ମହିଳା କାମ କରୁଥିବା ବେଳେ ଚଳିତବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ଲାଗିବା ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ ୫ ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ ଏସଏଚଜି । ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ । ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ପ୍ରସ୍ତୁତିକୁ ଦିଆଯିବ ଗୁରୁତ୍ୱ ।

ଏସଏଚଜି ମହିଳାଙ୍କୁ ମିଳିବ ଫ୍ୟାସନ୍‌, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ । ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ ଏସଏଚଜିର ୨ ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ବାବଦ ସମ୍ପୂର୍ଣ୍ଣ ସୁଧ ଦେବେ ରାଜ୍ୟ ସରକାର । ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସେଥିପାଇଁ ମିଶନଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରିଛନ୍ତି । ଚଳିତ ବର୍ଷର ବଜେଟ୍‌ ମିଶନଶକ୍ତି ବିଭାଗର ପ୍ରଥମ ବଜେଟ୍‌ ।

Leave A Reply

Your email address will not be published.