ନବୋଦୟ ଛାତ୍ରୀ ସୌଦାମିନୀର ମୃତ୍ୟୁ

0 83

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡାଠାରେ ଥିବା ଜବାହର ବିଦ୍ୟାଳୟର ନବମ ଶ୍ରେଣୀରେ ଅଧୟନ କରୁଥିବା ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଗତ ୧୯ ତାରିଖରେ ଘଟିଥିଲା । ଘଟଣାଟି ଘଟି ୧୬ ଦିନ ବିତିବାକୁ ଯାଉଛି, ତଥାପି ଏହି ମୃତ୍ୟୁ କେମିତି ଓ କାହା ଦ୍ୱାରା ଘଟିଛି ପୋଲିସ ତାର କିଛିବି କରିପାରିନାହାଁ ଏହା ବିରୋଧରେ ପ୍ରତିବାଦ ଜଣାଇ ଗଜପତି ଜିଲ୍ଲା ସିପିଆଇ(ଏମ )ତରଫରୁ ଏକ ବିରାଟ ରାଲି ପାରଳା ସହର ପରିକ୍ରମା କରିଛି ।

ସିପିଏମର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ଆଜି ପାରଳା ବସ ଷ୍ଟାଣ୍ଡଠାରୁ ୨ ହଜାରରୁ ଉର୍ଦ୍ଧ ସିପିଆଇଏମ କର୍ମୀଙ୍କ ଏକ ବିରାଟ ରାଲି ପାରଳା ସହର ପରିକ୍ରମା କରି ଗଜପତି ଜିଲ୍ଲାପାଳ ଅଫିସଠାରେ ପହଞ୍ଚି ଥିଲା । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ କର୍ମୀମାନେ ଧାରଣା ଦେଇ ଘଟଣାକୁ ନେଇ ତୀବ୍ର ବିରୋଧ କରିବା ସହ ଘଟଣାରେ ସମ୍ପୃକ୍ତ ଦୋଷୀକୁ ତୁରନ୍ତ ଦଣ୍ଡ ବିଧାନ ଏବଂ ଛାତ୍ରୀଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦାବି କରି କର୍ମୀମାନେ ବିକ୍ଷୋଭ ପ୍ରଦଶନ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏଡିଏମ ସଂଗ୍ରାମ ଶେଖର ପଣ୍ଡାଙ୍କୁ ସିପିଏମ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.