୨୦ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ

0 124

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷ ଓ କାରବାରର ଏକ ପେଣ୍ଠସ୍ଥଳ କହିଲେ କିଛି ଭୁଲ ହେବ ନାହିଁ, ଜିଲ୍ଲାରେ ଗଞ୍ଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ଚାଷ ହେଉଥିବା ସ୍ଥାନ ଗୁଡିକ ଚିହ୍ନଟ କରି ଗଞ୍ଜେଇ ଚାଷ ନଷ୍ଟ କରୁଥିବା ସତ୍ତେ୍ୱ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ବାହରକୁ ଚାଲାଣ ହେଉଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ମାମଲା ରୁଜୁ କରି ଆସୁଥିଲେ ସୁଧା ଏହା ଥମିବାର ନା ନେଉନି ।  ଶନିବାର ଦିନ ବୌଦ୍ଧ ପୋଲିସ ବଘିଆପଡା ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି

ମିଳିଥିବା ସୁଚନା ମୁତାବକ ପୋଲିସ କୌଣସି ସୁତ୍ରରୁ ଖବର ପାଇ ମାତାଗାଡୁ ଜଙ୍ଗଲ ମଧ୍ୟରେ ଚଢାଉ କରିଥିଲେ । ଜଙ୍ଗଲ ମଧ୍ୟରୁ ୯୭ ଗୋଟି ଜରିବସ୍ତାରେ ଥିବା ବିପୁଳ ଗଞ୍ଜେଇ ଦେଖିବାକୁ ପାଇଥିଲା । ଜବତ ଗଞ୍ଜେଇ ଗୁଡିକ ଓଜନ କରିବାରେ ୨୦ କ୍ୱିଣ୍ଟାଲ ୪୦ କେଜି ହୋଇଥିଲା । ଏନେଇ ବୌଦ୍ଧ ଥାନାରେ ଥାନା କେସନଂ ୧୨୫/ ୨୩ ର ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୁଚନା ଦେଇଛନ୍ତି । କିନ୍ତୁ ଏହି ଗଞ୍ଜେଇ ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ ।

Leave A Reply

Your email address will not be published.