ଇନ୍‌ଷ୍ଟାଗ୍ରାମରେ ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

0 97

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ନିୟୁତ ପାର କରିଛି । ସେ ବିଶ୍ୱର ଯୁବ କ୍ରିକେଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହାର ଅର୍ଥ ହାର୍ଦ୍ଦିକଙ୍କ ପୂର୍ବରୁ ଏତେ କମ ବୟସରେ ବିଶ୍ୱର କୌଣସି କ୍ରିକେଟରଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ମିଲିୟନ ଛୁଇଁ ନଥିଲା । ଭାରତୀୟ କ୍ରୀଡ଼ା ଓ ସୋଶାଲ ମିଡିଆରେ ହାର୍ଦ୍ଦିକ ବିଗତ କିଛି ବର୍ଷ ହେଲାଣି ଛାଇ ଯାଇଛନ୍ତି । ସମଗ୍ର ବିଶ୍ୱରେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା, ରାଫେଲ ନାଡାଲ, ରୋଜର ଫେଡେରର ଓ ଇରଲିଙ୍ଗ ହାଲାଣ୍ଡ ଭଳି ବିଶ୍ୱସ୍ତରୀୟ ଖେଳାଳିଙ୍କ ତୁଳନାରେ ହାର୍ଦ୍ଦିକଙ୍କ ଅନୁଗାମୀଙ୍କ ସଂଖ୍ୟା ଅଧିକ ରହିଛି ।

ଆଜି ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ମିଲିୟନ ଛୁଇଁବାରୁ ହାର୍ଦ୍ଦିକ ଗୋଟିଏ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଓ ଭଲ ପାଇବା ଜଣାଇଛନ୍ତି । ବର୍ଷ ବର୍ଷ ଧରି ଫ୍ୟାନ୍ସ ଦେଉଥିବା ଭଲ ପାଇବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ହାର୍ଦ୍ଦିକ ସୋଶାଲ ମିଡିଆରେ ବେଶ ସକ୍ରିୟ ରହିବା ସହ ଫ୍ୟାନ୍ସଙ୍କ ସହ ମଧ୍ୟ ଅନେକ ସମୟରେ କଥା ହୁଅନ୍ତି । ଏଥିପାଇଁ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିବା କୁହାଯାଉଛି । ସେହିପରି ୨୯ ବର୍ଷୀୟ ହାର୍ଦ୍ଦିକ ଏବେ ସମଗ୍ର ଦେଶ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ହାର୍ଦ୍ଦିକ କ୍ରିକେଟ ସହ ପ୍ରାୟ ୨୦ଟି ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରୁଛନ୍ତି । ସ୍ପୋର୍ଟସ ଇକ୍ୟୁପମେଣ୍ଟ ଠାରୁ ଆରମ୍ଭ କରି ମିଡିଆ ଆଣ୍ଡ ବ୍ରଡକାଷ୍ଟିଂ ଜଗତ ସହ ଜଡ଼ିତ ହୋଇ ରହିଛନ୍ତି ।

Leave A Reply

Your email address will not be published.