ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣା, ଗଲାଣି ୫ ଜଣଙ୍କ ଜୀବନ

0 89

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା  । ଭୟଙ୍କର ବିସ୍ଫୋରଣରେ ଗଲାଣି ୫ ଜଣଙ୍କ ଜୀବନ । ପ୍ରଥମେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଳଗୋବିନ୍ଦ ବେହେରା । ପୂର୍ବରୁ ନିରଞ୍ଜନ ବେହେରା, ବ୍ରଜ କିଶୋର ବେହେରା, ଶହଦେବ ବେହେରା, ବୃନ୍ଦାବନ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏବେ ଭୁବନେଶ୍ବର ଏମ୍ସରେ ଆଉ ୨ ଜଣ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଗତକାଲି ସକାଳ ୧୦ଟା ୪୫ ମିନିଟରେ ବାଣ ବିସ୍ଫୋରଣ ଘଟିଥିଲା । ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ହଠାତ ବିସ୍ଫୋରଣ ଘଟିଥିଲା  । ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାରଙ୍କ ସହିତ ପ୍ରମୁଖ ପ୍ରଶାସନିକ ଅଧିକାରୀ ବିସ୍ଫୋରଣ ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସରକାରୀ ଜାଗାରେ ବେଆଇନ ଭାବେ ବାଣ ଗୋଦାମ ଚାଲିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ସ୍ଥାନୀୟ ଲୋକ କହିଛନ୍ତି ଦୋଳ ଉତ୍ସବରେ ଦାରୁ ଭୋଗ ପାଇଁ ବାଣ ପ୍ରସ୍ତୁତ ହେଉଥିଲା । ବାଲିପାଟଣା ଓ ଭୁଷଣ୍ଡରପୁର ପଞ୍ଚାୟତର ସାମୁହିକ ଉଦ୍ୟମରେ ବାଣ ପ୍ରସ୍ତୁତ ହେଉଥିଲା । ସ୍ଥାନୀୟ ଲୋକଙ୍କ ସହିତ ଆଖପାଖର କାରିଗର ଏଥିରେ ନିୟୋଜିତ ହୋଇଥିଲେ । ଅନ୍ୟପଟେ କିଭଳି ବେଆଇନ ଭାବେ ବାଣ ପ୍ରସ୍ତୁତ ଚାଲିଥିଲା ସେନେଇ ପ୍ରଶ୍ନ ଉଠିଛି । ପ୍ରଶାସନ ଏ ସମ୍ପର୍କରେ ଜାଣିଥିଲା କି ନାହିଁ । ଯଦି ପ୍ରଶାସନ ନିକଟରେ ଏନେଇ ସୂଚନା ଥିଲା ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.