ଏପ୍ରିଲରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ

0 107

କଟକ : ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ । ଆଭାସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ କେସ ଫଇସଲା । ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି । ଚଳିତ ବର୍ଷ ପୂରଣ ହେବ ୫୪୫ ଓଏସ୍‌/ଓଆରଏସ୍‌ ପଦବୀ । ଓପିଏସ୍‌ସି ଜରିଆରେ ଏହି ପଦବୀ ପୂରଣ କରାଯିବ । ରାଜସ୍ୱ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫୦୦୦ ନୂଆ ନିଯୁକ୍ତି କରାଯିବ । ଆରଆଇ, ଏଆରଆଇ ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ ।

ସବ୍‌ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଉଛି । ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ । ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍‌ ସର୍ଭେ କରାଯିବ । ହସ୍ପିଟାଲରେ ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲ୍‌ରେ ଅଣ୍ଡର କେବଲିଙ୍ଗ ବ୍ୟବସ୍ଥା କରାଯିବ । ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି । ମ୍ୟୁଟେସନ, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଭଳି ୫୪ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି । ବିପର୍ଯ୍ୟୟ ପରି·ଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ ।

Leave A Reply

Your email address will not be published.