ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ର ମାନ୍ୟତା ପାଇଛି ବିର୍ସା ମୁଣ୍ଡା ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ଗିନିଜ୍‌ ରେକର୍ଡ ପୁରସ୍କାର

0 89

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଯିବେ । ଅପରାହ୍ନ ୫ଟା ୨୦ରେ ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହାସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲଟି ଲେବୁଲ କାର୍‌ ପାର୍କିଙ୍ଗ ଓ ସୁଇମିଙ୍ଗ ପୁଲ କମ୍ପେ୍ଲକ୍ସ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି । ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାରେ ୯୦୦ କୋଟି ଟଙ୍କାର ୬୦୦ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଉଦ୍‌ଘାଟନ ହେବ । ୫ଟା ୫୦ ମିନିଟରେ ୱାର୍ଲଡ କପ୍‌ ଭିଲେଜ ଯିବେ ମୁଖ୍ୟମନ୍ତ୍ରୀ । ୬ଟା ୫୫ ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ।

Leave A Reply

Your email address will not be published.