ଯୁବତୀଙ୍କ ମୃତଦେହ ଠାବ

0 86

ଟିଟିଲାଗଡ, ଆଜି ସକାଳୁ ଟିଟିଲାଗଡ ନିକଟସ୍ଥ ମନି ଗାଁ ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ ମୃତ ଦେହ ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି । ପାହାନ୍ତିଆ ସମୟରେ ଟ୍ରାକ ମେନ ମାନେ ଲାଇନ ଯାଞ୍ଚ କରୁଥିବା ବେଳେ ଏହି ମୃତ ଦେହ ଦେଖିବାକୁ ପାଇଥିଲେ ବୋଲି ସକାଳେ ଫାଟକରେ କାର୍ଯ୍ୟରତ ରେଳ କର୍ମଚାରୀ ସୁଚନା ଦେଇଛନ୍ତି । ଯୁବତୀଙ୍କ ମୁଣ୍ଡରୁ ଦୁଇ ଗଣ୍ଡି ହୋଇଯାଇଛି । ରେଳ ଯିବା
ସମୟରେ ମୁଣ୍ଡ ଦେଇ ଦେଇଥିବା ଯୋଗୁଁ ଏମିତି ଅବସ୍ଥା ବୋଲି ଲୋକେ କହୁଛନ୍ତି । ତେବେ ଏ ଯୁବତୀ ଜଣକ କିଏ ? କାହିଁକି ଆତ୍ମହତ୍ୟା କଲେ କି ହତ୍ୟା କରାଗଲା ? ଯଦି ଆତ୍ମହତ୍ୟା କଲେ ତେବେ ଏମିତି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ କାହିଁକି ? ଏହା ପ୍ରେମ ଜନିତ ନା ପାରିବାରିକ କଳହର କରୁଣ ପରିଣତି ତଦନ୍ତ କରାଗଲେ ଜଣା ପଡ଼ିବ । ଏ ଯୁବତୀ ଜଣକ କିଏ? ମୃତ ଯୁବତୀ କଳା ରଙ୍ଗର ପୋଷାକ ପରିଧାରଣ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବହୁତ ଲୋକ ଭିଡ ଜମାଉଛନ୍ତି । ଯୁବତୀ ଜଣକ କିଏ ? କେଉଁ ଅଞ୍ଚଳର ? ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

#Crime# The body of woman #Titilagarh# Railway Gate #dumanikhabar#odisha

Leave A Reply

Your email address will not be published.