୧୨ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

0 65

ଭୁବନେଶ୍ୱର, ରାଜ୍ୟସରକାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଦଳି କରିଛନ୍ତି । ୧୨ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି
ଅନୁସାରେ, ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ନୂଆ ଅତିରିକ୍ତ ଜିଲ୍ଲାପାଳ  ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର
କିସ୍କୁଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କଟକ ମହାନଗର ନିଗମର ଯୁଗ୍ମ କମିଶନର ଅନୀତା ପାତ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବାରିପଦା ପୌର ପରିଷଦର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ପୌର ପରିଷଦର କାର୍ଯ୍ୟନିର୍ବାହୀ
ଅଧିକାରୀ, ତ୍ରିଲୋଚନ ମହାନ୍ତିଙ୍କୁ କେନ୍ଦୁଝର ଉପଜିଳ୍ଲାପାଳ, ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ପୌର ଉନ୍ନୟନ କର୍ତ୍ତୃପକ୍ଷ  ପ୍ରକଳ୍ପ ନିର୍ଦ୍ଦେଶକ, ପଲ୍ଲବୀ ନାୟକଙ୍କୁ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଓ ସୁରଜ କୁମାର ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ
ସଚିବ ଧୀରେନ୍ଦ୍ରନାଥ କରଙ୍କ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ବ୍ରହ୍ମପୁର ସିଡିଏମଓଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ, ଅମିତ ସରକାରଙ୍କୁ କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ ଓ ମଧୁସ୍ମିତା ସାମନ୍ତରାୟଙ୍କୁ ବାରି ଦା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି ।

 

Leave A Reply

Your email address will not be published.