ପାତ୍ର ପଡାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର

0 58

ଭୁବନେଶ୍ୱର, ପାତ୍ରଡାସ୍ଥିତ ଏଏ କନ୍‌ଭେନସନଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଆଇନଜିବୀ ସୋମନାଥ ନାୟକ ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ । ଉକ୍ତ ସଭାରେ ଘୁମୁସର ଜିଲ୍ଲା ପାଇଁ ଉଚ୍ଚନ୍ୟାୟାଳୟ ଦେଇଥିବା ରହିତାଦେଶ ଉପରେ ଆଲୋଚନା ହେବା ସଙ୍ଗେ ସଙ୍ଗେ କିଭଳି ଭବିଷ୍ୟତରେ ଘୁମୁସରକୁ ଜିଲ୍ଲା କରାଯାଇପାରିବ ତା’ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ଘୁମୁସର ଉନ୍ନୟନ ମଞ୍ଚର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଧନ୍ୟବାଦ ଦେବା ସହ ଉକ୍ତ ସଭାକୁ ସମାପ୍ତ କରିଥିଲେ ।

 

Leave A Reply

Your email address will not be published.