ରହସ୍ୟ ବଢ଼ାଉଛି ଗୁପ୍ତଚର ପାରା

0 83

ପାରାଦୀପ : ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରାକୁ ପୋଲିସ ଜବତ କରିଛି । ଏହି ଟ୍ରଲର ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରିବା ବେଳେ ଏକ ପାରା ଉଡ଼ି ଆସି ଟ୍ରଲର ଉପରେ ବସିଥିଲା । ଏହି ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ଚିପ୍‌ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ପରେ କୌଶଳ କରି ପାରାକୁ ଧରିଥିଲେ । ପାରା ଗୋଡରେ ଲାଗିଥିବା ଚିପ୍‌ରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ । ମେରାଇନ୍‌ ଥାନା ପୋଲିସ୍‌ ପାରାକୁ ଧରି କଟକ ସ୍ପେଶାଲ ସ୍କ୍ୱାଡକୁ ହସ୍ତାନ୍ତର କରିଥିଲେ । ଆଜି ପାରାକୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍ସିକ ଲାବକୁ ଅଣାଯାଇଛି ।

Leave A Reply

Your email address will not be published.