ବିଶ୍ୱ ଧନୀ ତାଲିକାରେ ୧୨ଟି ସ୍ଥାନ ଉପରକୁ ଉଠିଲେ ଆଦାନୀ

0 89

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କୁ ହିଣ୍ଡେନବର୍ଗ ରିପୋର୍ଟ ଝଟ୍‌କା ଲାଗିବା ପରେ ଜୋରଦାର କମବ୍ୟାକ୍‌ କରୁଛନ୍ତି । ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଗୋଟିଏ ରିପୋର୍ଟ ଆଦାନୀଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟକୁ ଧ୍ୱସ୍ତବିଧ୍ୱସ୍ତି ରିପକାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦେଢ ମାସ ତଳେ ଯିଏ ବିଶ୍ୱର ୩ ନମ୍ୱର ଶ୍ରେଷ୍ଠ ଧନୀ ଥିଲେ ପରବର୍ତ୍ତୀ ମୂହୁର୍ତ୍ତରେ ଧନୀ ତାଲିକାର ଶୀର୍ଷ ୩୦ରୁ ବାଦ୍‌ ପଡି ୩୪ତମ ସ୍ଥାନକୁ ଖସିଯାଇଥିଲେ ।

କିନ୍ତୁ ଏବେ ଆଦାନୀ ଗ୍ରୁପ୍‌ର ସେୟାର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଆଉ ପୁଣି ମାର୍କେଟ୍‌କୁ ଫେରୁଛନ୍ତି ଶିଳ୍ପପତି । ଗୌତମ ଆଦାନୀଙ୍କ ବ୍ୟବସାୟିକ କାରବାର ବୃଦ୍ଧି ପାଇବା ସହିତ ଧନୀ ତାଲିକାରେ ମଧ୍ୟ ଜୋରଦାର କମବ୍ୟାକ୍‌ କରୁଛନ୍ତି । ଆଦାନୀ ଏବେ ୧୨ଟି ସ୍ଥାନ ଉପରକୁ ଉଠି ବିଶ୍ୱ ଧନୀ ରାଙ୍କିଂର ୨୨ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୧.୯୭ ବିଲିୟନ ଡଲାର ବୃଦ୍ଧିପାଇଛି । ଯାହାକି ବିଶ୍ୱ ଧନୀକଙ୍କ ଗୋଟିଏ ଦିନର ଆୟ ଠାରୁ ସର୍ବାଧିକ ।

ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ଏବେ ୫୪ ବିଲିୟନ ଡଲାର ରହିଛି । ଫେବୃଆରୀ ମାସ ଶେଷ ସୁଦ୍ଧା ସେ ବିଶ୍ୱ ଧନୀ ରାଙ୍କିଂରେ ୩୪ ତମ ସ୍ଥାନକୁ ଖସିଯାଇଥିଲେ ଏବଂ ଆଦାନୀଙ୍କ ସମ୍ପତ୍ତି ପରିମାଣ ୩୭.୭ ବିଲିୟନ ଡଲାରକୁ ଖସିଥିଲା । ଗତ ସପ୍ତାହେ ହେଲା ଆଦାନୀ ଗ୍ରୁପର ସେୟାର ଗୁଡିକର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକଆଦାନୀଙ୍କୁ ବଡ ଆଶ୍ୱସ୍ତି ଦେଇଛ ।

Leave A Reply

Your email address will not be published.