ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା

0 84

ଇସ୍‌ଲାମାବାଦ: ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍‌ତରକୁ ହତ୍ୟା କଲା ଡ୍ରାଇଭର । ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ । ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି । ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞ । ମଙ୍ଗଳବାର ତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ତାଙ୍କ ଡ୍ରାଇଭର ହନିଫ ଲେଘାରୀ ଡାକ୍ତରଙ୍କ ଗଳା କାଟି ହତ୍ୟା କରିଛି ।

ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ୨୪ ଘଣ୍ଟାରେ ବୁଧବାର ପାକିସ୍ତାନ ପୋଲିସ ଅପରାଧିକୁ ଖଇରପୁରରେ ଥିବା ତା ଘରୁ ଗିରଫ କରିଛି । ଡାକ୍ତରଙ୍କ ରୋଷେୟାଙ୍କ ସୂଚନା ଅନୁସାରେ ଧରମ ଦେବ ରାଠୀ ଘରକୁ ଫେରୁଥିବା ବେଳେ ଡ୍ରାଇଭର ସାଙ୍ଗରେ ତାଙ୍କ ତର୍କବିତର୍କ ହୋଇଥିଲା । ଆଉ ଘରେ ପହଞ୍ଚିବା ପରେ ରୋଷେଇ ଘରୁ ଛୁରୀ ଆଣି ହନିଫ ଶ୍ରୀ ରାଠୀଙ୍କର ଗଳା କାଟି ହତ୍ୟା କରିଥିଲା । ପରେ କାର ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହି ଘଟଣାରେ ପରେ ପାକିସ୍ତାନ ପୋଲିସ ୨୪ ଘଣ୍ଟାରେ ଅପରାଧିକୁ ଗରିଫ କରିଥିଲା । ଘଟଣାକୁ ନେଇ ସଂଖ୍ୟା ଲଘୁ ମନ୍ତ୍ରୀ ଜ୍ଞାନ ଚନ୍ଦ୍ର ଇସରାନୀ ୨୪ ଘଣ୍ଟାରେ ଗିରଫଦାରୀକୁ ନେଇ ପୋଲିସର ତତ୍ପରତା ପ୍ରଶଂସା କରିଛନ୍ତି । ତା ସହିତ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.