ପୋଖରୀରୁ ମିଳିଲା ମଣିଷ ଖପୁରୀ

0 107

ବାଲେଶ୍ବର: ପୋଖରୀରୁ ମିଳିଲା ନର କଙ୍କାଳ। ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଛି ମଣିଷ ଖପୁରୀ ଓ ହାଡ଼। ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି କାଳ ପୋଖରୀରୁ ଉଦ୍ଧାର ହୋଇଛି ଏହି ନର କଙ୍କାଳ । ଏଠାରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ଫୋପଡା ଯାଇଥିବା ଅଭିଯୋଗ ହୋଇଛି ।

ଦେଢବର୍ଷ ତଳୁ ଗାଁର ଜଣେ ଯୁବତୀ ନିଖୋଜ ଅଛନ୍ତି । ଏନେଇ ପରିବାର ଲୋକେ ସିଂଲା ଥାନାରେ ଅଭିଯୋଗ କରିଛନ୍ତି । ଏହି କଙ୍କାଳ ମିଳିବା ପରେ ସେହି ଯୁବତୀଙ୍କର ହୋଇଥାଇ ପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି । ସେପଟେ କଙ୍କାଳ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.