ପ୍ରଥମଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ଜୋ ରୁଟ୍‌

0 150

ମୁମ୍ବାଇ : ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଚଳିତ ଥର ସିଜିନରେ ନଜର ଆସିବେ ଜଣେ ଏପରି ଖେଳାଳି, ଯିଏକି ବିଗତ ୧୫ ବର୍ଷ ହେଲାଣି ଖେଳି ନାହାନ୍ତି ଆଇପିଏଲ୍‌ । ଯଦି ଏପରି ହୁଏ ତେବେ ଏହି ଖେଳାଳି ଆଇପିଏଲ ୨୦୨୩ର ଏହି ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ । ଖବର ଅନୁଯାୟୀ ଇଂଲଣ୍ଡର ଧାକଡ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ପ୍ରଥମ ଥର ପାଇଁ ଆଇପିଏଲ୍‌ ୨୦୨୩ ସିଜିନ୍‌ରେ ସାମିଲ ହୋଇଛନ୍ତି । ଆଇପିଏଲ୍‌ ଇତିହାସର ୧୫ ବର୍ଷରେ ପ୍ରଥମଥର ପାଇଁ ଆଇପିଏଲରେ ସୁଯୋଗ ପାଇଛନ୍ତି ଜୋ ରୁଟ୍‌ । ଆଇପିଏଲ୍‌ ୨୦୨୩ ନିଲାମରେ ଜୋ ରୁଟଙ୍କୁ ୧ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ ।

କହିବାକୁ ଗଲେ ଜୋ ରୁଟ୍‌ ପୂର୍ବରୁ ଅନେକ ଥର ଆଇପିଏଲ୍‌ ଅକ୍ସନରେ ନିଜର ନାଁ ଦେଇଥିଲେ ମଧ୍ୟ କୌଣସି ଦଳ ତାଙ୍କୁ ନିଜ ଟିମରେ ସାମିଲ କରିନଥିଲେ । ୨୦୨୩ ପୂର୍ବରୁ ଜୋ ରୁଟ୍‌ ଆଇପିଏଲ୍‌ ୨୦୧୮ରେ ନିଲାମୀ ପାଇଁ ନାଁ ଦେଇଥିଲେ ମଧ୍ୟ ତାଙ୍କୁ କୌଣସି ଟିମ୍‌ କିଣିନଥିଲେ । କିନ୍ତୁ ଚଳିତଥର ଜୋ ରୁଟଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏଥର ରାଜସ୍ଥାନ ରୟାଲ୍ସ ତାଙ୍କୁ ୧ କୋଟିରେ କିଣି ଖୁସିର ଦ୍ୱାର ଖୋଲିଦେଇଛି । କହିବାକୁ ଗଲେ ଭାରତର ସ୍ପିନ୍‌ଫ୍ରେଣ୍ଡଲି ପିଚରେ ଜୋ ରୁଟଙ୍କର ରହିଛି ଅନେକ ରେକର୍ଡ । ଏହି ଅଭିଜ୍ଞତାର ସୁଯୋଗ ନେଇ ଆଇପିଏଲ୍‌ ୨୦୨୩ରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଜୋ ରୁଟ୍‌ ।

Leave A Reply

Your email address will not be published.