ଭତ୍ତା ନ ପାଇ ଦୁର୍ଦ୍ଦଶାରେ ବୃଦ୍ଧା

0 86

ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଉମର ଗ୍ରାମପଞ୍ଚାୟତ ଓସ୍ତପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା ତାଙ୍କର ବକେୟା ଭତ୍ତା ପାଇନପାରି ଚରମ ହଟହଟାର ସମ୍ମୁଖିନ ହେଉଥିବାର ଅଭିଯୋଗ ହୋଇଛି । ଓସ୍ତପୁର ଗ୍ରାମର ସ୍ୱର୍ଗତ ଭରତ ସାହୁଙ୍କ ବିଧବା ପତ୍ନୀ ହେମ ବେୱା(୮୮) ବୟସରେ ଉପନୀତ ହେଲେଣି । ହେମ ବର୍ତମାନ ଶଯ୍ୟାଶାୟୀ ତାଙ୍କର କାନକୁ ଠିକ୍‌ ଭାବେ ଶୁଭୁନାହିଁ କି ଆଖିକୁ ଠିକ୍‌ ଭାବେ ଦେଖାଯାଉନାହିଁ । ଏପରିସ୍ଥଳେ ସରକାରଙ୍କ ତରଫରୁ ପ୍ରତିମାସରେ ହେମକୁ ୭୦୦ ଟଙ୍କା ଲେଖାଏଁ ବିଧବା ଭତ୍ତା ପ୍ରଦାନ କରାଯାଉଥିଲା ।

କିନ୍ତୁ ପ୍ରଶାସନିକ ଦାୟୀତ୍ୱ ହୀନତା ଯୋଗୁ ଗତ ୨୦୨୨ ମେ ମାସ ଠାରୁ ହେମକୁ ୭୦୦ଟଙ୍କା ପରିବର୍ତେ ୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ଫଳରେ ହେମ ପଥି ଖାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି । ଭତ୍ତା ଟଙ୍କା ନିମନ୍ତେ ହେମ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ଏଥିପ୍ରତି କେହି ହେଲେ କର୍ଣ୍ଣପାତ କରୁନଥିବା କାରଣରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ହେମକୁ ତୁରନ୍ତ ତାଙ୍କର
ବକେୟା ପ୍ରାପ୍ୟ ପ୍ରଦାନ ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Leave A Reply

Your email address will not be published.