ବିପର୍ଯ୍ୟୟ ପରିଚାଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା, ଓଡ଼ିଶାକୁ “ଆପଦ ପ୍ରବନ୍ଧନ ପୁରସ୍କାର’

0 106

ଭୁବନେଶ୍ୱର : ବିପର୍ଯ୍ୟୟ ପରି·ଳନାରେ ସର୍ବୋକ୍ରୃଷ୍ଟ ପାରଦର୍ଶିତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷ (ଓସଡମା)କୁ ଶୁକ୍ରବାର “ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩’ ମିଳିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି ।

ପୁରସ୍କାର ଗ୍ରହଣ ପାଇଁ ତକ୍ରାଳୀନ ଓସଡମା ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦିଲ୍ଲୀ ଗସ୍ତ କରିଛନ୍ତି । ନ୍ୟାସନାଲ୍‌ ପ୍ଲାଟଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନ ପ୍ରୋଗ୍ରାମ ତୃତୀୟ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇଆସୁଛି । ୨୦୨୩ ପାଇଁ ୨୭୪ ବ୍ୟକ୍ତି/ସଂଗଠନ ଆବେଦନ କରିଥିଲେ । ଓସଡମା ଓ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

Leave A Reply

Your email address will not be published.