୨୬ରେ ଓଡ଼ିଶା ଆସିବେ ଅମିତ ଶାହ

0 92

ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶ୍ରୀ ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡିଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଶାହ । କାର୍ଯ୍ୟକର୍ତ୍ତାଙ୍କ ସହ ଭେଟଘାଟ କରିବେ ଏବଂ ମୋରାଲ ସପୋର୍ଟ ଦେବେ ।

ଜନସଭାରେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏହି ଜନସଭାରେ ସାମିଲ ହେବେ । ତା’ପରେ ଭୁବନେଶ୍ୱର ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ଏବଂ ରଣନୀତି ପ୍ରସ୍ତୁତ କରିବେ । ଶେଷରେ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ଅମିତ ଶାହ ।

Leave A Reply

Your email address will not be published.