ପ୍ରଦୂଷଣରେ ଅଣନିଶ୍ୱାସୀ ଥାଇଲାଣ୍ଡବାସୀ

0 86

ବ୍ୟାଙ୍କକ୍‌ : ଭୀଷଣ ବାୟୁ ପ୍ରଦୂଷଣ ପାଇଁ ଥାଇଲାଣ୍ଡବାସୀ ଅଣନିଶ୍ୱାସୀ ହୋଇ ପଡ଼ିଛନ୍ତି । କେବଳ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଗତ ସପ୍ତାହରେ ପାଖାପାଖି ୨ ଲକ୍ଷ ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବ୍ୟାଙ୍କକ୍‌ ସହର ପ୍ରଦୂଷଣ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି । ବ୍ୟାଙ୍କକ୍‌ର ବିଶ୍ୱର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ ଭାବେ ବିଶେଷ ଆଦୃତି ହାସଲ କରିଛି । ପ୍ରତିବର୍ଷ ବିଭିନ୍ନ ଦେଶରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ।

ତେବେ ଯାନବାହନ ଧୂଆଁ ସାଙ୍ଗକୁ ଶିଳ୍ପ ଅନୁଷ୍ଠାନରୁ ନିର୍ଗତ ଧୂଆଁ ଓ ଅମଳ ପରେ ବିଲରେ ଲଗାଯାଉଥିବା ନିଆଁ ପାଇଁ ଥାଇଲାଣ୍ଡବାସୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପ୍ରଦୂଷଣ ପାଇଁ ଚଳିତ ବର୍ଷ ଆରମ୍ଭରୁ ଏଯାବତ୍‌ ୧୩ ଲକ୍ଷରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଶିଶୁ ଏବଂ ଗର୍ଭବତୀ ମହିଳା ଘରୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଘରୁ ବାହାରକୁ ବାହାରିଲେ ଏନ୍‌-୯୫ ଆଣ୍ଟି ପଲ୍ୟୁସନ ମାସ୍କ ପିନ୍ଧିବା ଜରୁରୀ ।

ଗତ ଜାନୁଆରି ଏବଂ ଫେବ୍ରୁଆରି ଆରମ୍ଭରେ ପ୍ରଦୂଷଣ ଶୀର୍ଷରେ ପହଞ୍ଚିଥିବା ବେଳେ ଲୋକମାନଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ ବା ଘରୁ କାମ କରିବାକୁ କୁହାଯାଇଥିଲା । ୫୦ ଜିଲ୍ଲାରେ ପିଏମ୍‌୨.୫ ପାର୍ଟିକଲ୍‌ ଅତି ବିପଦପୂର୍ଣ୍ଣ ସ୍ତରରେ ରହିଛି । ଉତ୍ତର ସହରରେ ମଧ୍ୟ ପ୍ରଦୂଷଣ ସ୍ଥିତି ଅତି ଖରାପ ରହିଛି । ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ଥାଇଲାଣ୍ଡର ନର୍ସରି ମାନଙ୍କରେ ସ୍ୱତନ୍ତ୍ର “ନୋ ଡଷ୍ଟ୍‌ ରୁମ୍‌’ ପ୍ରତିଷ୍ଠା କରାଯାଇଛି । ବଢ଼ୁଥିବା ବାୟୁ ପ୍ରଦୂଷଣ ପାଇଁ ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମାତ୍ରାଧିକ ଚାପରେ ରହିଛି ।

Leave A Reply

Your email address will not be published.