ବଢ଼ୁଛି ହାତୀ-ମଣିଷ ଲଢେ଼ଇ, ୧୦ ବର୍ଷରେ ଯାଇଛି ୯୨୫ ଲୋକ ଓ ୭୮୪ ହାତୀଙ୍କ ଜୀବନ

0 96

ଭୁବନେଶ୍ୱର : ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଥିବା ବେଳେ ୯୨୫ ମଣିଷଙ୍କୁ ମାରିଛି ହାତୀ । ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ନେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହା କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫- ୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯- ୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧- ୨୨ ଆର୍ଥିକ ବର୍ଷରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି ।

ସେହିପରି ୨୦୧୨-୧୩ରେ ୮୦, ୨୦୧୩- ୧୪ରେ ୬୭, ୨୦୧୪-୧୫ରେ ୬୫, ୨୦୧୫-୧୬ରେ ୮୯, ୨୦୧୬- ୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦- ୨୧ରେ ୧୩୯ ଓ ୨୦୨୧-୨୨ରେ ୧୧୨ ଜଣଙ୍କ ଲୋକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଏହି ଆର୍ଥିକ ବର୍ଷମାନଙ୍କରେ ମୋଟ ୨୧୨ ଜଣ ହାତୀ ଆକ୍ରମଣରେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଛନ୍ତି । ୨୦୧୨-୧୩ରେ ୫, ୨୦୧୩- ୧୪ରେ ୧୯, ୨୦୧୪-୧୫ରେ ୧୦, ୨୦୧୫-୧୬ରେ ୧୩, ୨୦୧୬- ୧୭ରେ ୧୪, ୨୦୧୭-୧୮ରେ ୧୮, ୨୦୧୮-୧୯ରେ ୧୬, ୨୦୧୯- ୨୦ରେ ୪୫, ୨୦୨୦-୨୧ରେ ୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ୫୧ ଜଣ ଅକର୍ମଣ୍ୟ ହୋଇଛନ୍ତି ।

ହାତୀ ମୃତ୍ୟୁ ମାମଲା ମଧ୍ୟରୁ ୩୯ ମାମଲାର ତଦନ୍ତ କରାଯାଇ ୫୦ ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ·ର୍ଜସିଟ୍‌ ହୋଇଛି । ତେବେ କୌଣସି ଅଭିଯୁକ୍ତକୁ ଅଦ୍ୟାବଧି ଦଣ୍ଡ ଦିଆଯାଇନାହିଁ । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଅଛନ୍ତି । ହାତୀ ସୁରକ୍ଷା ନିମନ୍ତେ ଜଙ୍ଗଲରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ·ରଣ ଭୂମି ସୃଷ୍ଟି, ଜଳାଶୟ ଖନନ, ଶିକାରୀ ନିରୋଧ ଶିବିର କରିବା, ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଉତ୍ତରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସେହିପରି ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୦ ହାତୀଙ୍କ ମୃତ୍ୟୁ ହୋଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଉତ୍ତରରେ ଏହା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ଅମାତ । ମନ୍ତ୍ରୀଙ୍କ ସୂଚନା ମୁତାବକ, ଏହି ୫ ବର୍ଷ ଭିତରେ ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶିକାରୀଙ୍କ ହାତରେ ୧୦ ହାତୀଙ୍କ ଜୀବନ ଯାଇଛି । ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.