ୟୁକ୍ରେନ ଠାରୁ ଯୁଦ୍ଧ ହାରିଲେ ଇସ୍ତଫା ଦେବେ ପୁଟିନ

0 86

ନୂଆଦିଲ୍ଲୀ: ଗତ ଏକ ବର୍ଷରୁ ଅଧିକ ସମୟ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯଦିଓ ଏହି ଯୁଦ୍ଧ ପାଇଁ ଉଭୟ ଦେଶକୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି, କିନ୍ତୁ ପଛକୁ ଯିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏହି ଯୁଦ୍ଧ ବର୍ତ୍ତମାନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ ହୋଇଛି ।

ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଯଦି ସେ ୟୁକ୍ରେନକୁ ପରାସ୍ତ କରିପାରିବେ ନାହିଁ ତେବେ ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ । ବାସ୍ତବରେ, ଗତ ବର୍ଷ ଫେବୃଆରୀରେ ଯେତେବେଳେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା, ସେତେବେଳେ ଅନେକ ବିଶେଷଜ୍ଞ ଅନୁମାନ କରିଥିଲେ ଯେ ଋଷ ସାମ୍ନାରେ ୟୁକ୍ରେନ ଅଧିକ ସମୟ ତିଷ୍ଠି ପାରିବ ନାହିଁ । କିନ୍ତୁ ୟୁକ୍ରେନ ଏହିସବୁକୁ ଭୁଲ ପ୍ରମାଣିତ କରିଛି । ଆଉ ଏହି କାରଣରୁ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱାଧିନ ଶକ୍ତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯୁଦ୍ଧର ପରିବର୍ତ୍ତିତ ପରିବେଶ ଦେଖି ଋଷର ପୂର୍ବତନ କୂଟନୀତିଜ୍ଞ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପୁଟିନ ନିଜ ସର୍ତ୍ତରେ ଯୁଦ୍ଧ ଜିତିବାରେ ବିଫଳ ହୁଅନ୍ତି, ତେବେ ସେ ଆଗାମୀ ସମୟରେ ଇସ୍ତଫା ଦେବାକୁ ବାଧ୍ୟ ହେବେ । ଗତ ବର୍ଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେବାପରେ ସର୍ବସାଧାରଣରେ ଇସ୍ତଫା ଦେଇଥିବା ବୋରିସ୍‌ ବୋଣ୍ଡାରେଭ୍‌ ନ୍ୟୁଜ୍‌ ୱିକ୍କୁ କହିଛନ୍ତି ଯେ ପୁଟିନଙ୍କୁ ବଦଳାଯାଇପାରେ । ଋଷର ରାଷ୍ଟ୍ରପତି ଜଣେ ସୁପରହିରୋ ନୁହଁନ୍ତି । ତାଙ୍କର କୌଣସି ସୁପରପାୱାର ନାହିଁ । ସେ ଜଣେ ମାମୁଲି ଡିଟେକ୍ଟର ।

ସୂଚନାଥାଉକି ବୋରିସ୍‌ ବୋଣ୍ଡାରେଭ୍‌ ଜେନେଭାରେ ଋଷର କୂଟନୈତିକ ମିଶନରେ ଅସ୍ତ୍ର ନିୟନ୍ତ୍ରଣ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ସେ କହିଛନ୍ତି ଯେ ଯଦି ପୁଟିନ ଯୁଦ୍ଧରେ ହାରି ଯାଆନ୍ତି ତେବେ ସେ ତାଙ୍କ ସମର୍ଥକଙ୍କ ଆବଶ୍ୟକତା ପୂରଣ କରିପାରିବେ ନାହିଁ । ସେମାନଙ୍କର ଆଶା ପୂରଣ କରିବାକୁ ସମର୍ଥ ହେବେ ନାହିଁ । ସେ କହିଛନ୍ତି ଯେ ଯଦି ଆମେ ଇତିହାସକୁ ଦେଖିବା ତେବେ ଆମେ ଦେଖିଛେ ଯେ ସମୟ ସମୟରେ ଏହିପରି ଏକଛତ୍ରବାଦୀ ଶାସକଙ୍କୁ ବଦଳାଇ ଦିଆଯାଇଛି ।

Leave A Reply

Your email address will not be published.