ଉଦାହରଣ ପାଲଟିଛି ଦିବ୍ୟାଙ୍ଗ ଛାତ୍ରୀ ବତୀ ଯାନୀ

0 90

ନବରଙ୍ଗପୁର : ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା । ଚଳିତ ବର୍ଷର ଦଶମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ । ନିଜର ଇଚ୍ଛା ଶକ୍ତି ବଳରେ ପାଠ ପ୍ରତି ଆଗ୍ରହ ଦେଖାଇ ଅନ୍ୟ ପାଇଁ ଉଦାହରଣ ସ୍ୱରୂପ ହୋଇପାରିଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଡାଲଗୁଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବତୀ ଯାନୀ ।

ବତୀ ଯାନୀ ଦିବ୍ୟଙ୍ଗ ହୋଇଥିବା ହେତୁ ଅନ୍ୟ ଜଣେ ସାହାଯ୍ୟ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚ ବିଭାଗ ଠାରୁ ଅନୁମତି ଆଣିଥିଲେ । ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ସେହି ପଡ଼ାଲଗୁଡା ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ରୋମା ଗୌଡ଼ । ରୋମା ବି ତାଙ୍କ ପରୀକ୍ଷା ଦେଉଥିବା ହେତୁ ସେ ଖୁସି ଅଛନ୍ତି । ବତୀ ଦିଦି ଯାହା କହନ୍ତି ତାହା ମୁଁ ଉତ୍ତର ଖାତାରେ ଲେଖେ ବୋଲି ରୋମା କହିଥିଲେ ।

ପ୍ରଧାନଶିକ୍ଷକ ମଧ୍ୟ ବତୀଙ୍କର ଇଛା ଦେଖି ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆଦେଶନାମା ଆଣିବାକୁ ସକ୍ଷମ ହୋଇଥିଲେ । ପିଲାବେଳରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ପାଠ ପଢ଼ାରେ ଅବହେଳା କରି ନାହାନ୍ତି ସେ । ବତୀଙ୍କର ପାଠ ପଢା ଆଗ୍ରହ ଦେଖି ଶିକ୍ଷକ ବି ଢେର ପ୍ରଶଂସା କରନ୍ତି । ତାଙ୍କ ଇଛା ଦେଖି ପରିବାର ଲୋକ ବି ସାହାଯ୍ୟ କରନ୍ତି ପାଠ ପ୍ରତି । ପରିବାର ଲୋକ କୁଲି ମଜୁରୀ କରି ପ୍ରତିପୋଷଣ ହୋଉଥିବା ବେଳେ ବତୀଙ୍କୁ ସକାଳେ ସ୍କୁଲ ଛାଡ଼ିଥାନ୍ତି ଓ ସ୍କୁଲ ଶେଷ ପରେ ଆଣିବାକୁ ଯାଇଥାନ୍ତି ।

ବତୀଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ମଧ୍ୟ ଢେର ପ୍ରଶଂସା କରାଯାଉଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶଂସା କରିବାକୁ ସହିତ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.