ବାଇକ୍‌ରେ ଆସିଲେ, ବୋଲେରୋ ଲୁଟିଲେ

0 91

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଥାନା ବଡଖିର ଗ୍ରାମପଞ୍ଚାୟତ ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଛକ ନିକଟରୁ ବାଇକ୍‌ରେ ଆସି ୨ ଜଣ ଲୁଟେରା ଏକ ବୋଲେରୋ ଲୁଟି ନେବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଶ୍ଚିନ୍ତକୋଇଲି କଲେଜଛକ ନିକଟରେ ଦୀର୍ଘ ଦିନ ହେଲା ସୂର୍ଯ୍ୟକାନ୍ତ ନାୟକ ଗୃହ ନିର୍ମାଣ କରି ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି । ସୂର୍ଯ୍ୟକାନ୍ତଙ୍କର ୬ ରୁ ୭ଖଣ୍ଡ ଗାଡି ରହିଛି ।

ଏହି ଗାଡି ଗୁଡିକ ତାଙ୍କ ଘର ଆଗରେ ସଦାସର୍ବଦା ରହିବା ସହିତ ବ୍ୟବସାୟରେ ଲାଗିଥାଏ । ଆଜି ରାତ୍ର ପ୍ରାୟ ୪ଟା ବେଳେ ବାଇକ୍‌ରେ ୨ଜଣ ଲୁଟେରା ତାଙ୍କ ଘର ନିକଟକୁ ଆସିଥିଲେ । ଏହି ଲୁଟେରା ଦ୍ୱୟ ତାଙ୍କ ଘର ଗେଟରେ ତାଲା ପକାଇ ଦେବା ସହ ଘର ସମ୍ମୁଖରେ ଥୁଆ ହୋଇଥିବା ବୋଲେରୋ ନଂ ଓଆର ଏୟୁ ୨୫୭୫କୁ ଲୁଟିନେଇ କେନ୍ଦ୍ରାପଡା ଅଭିମୂଖେ ପଳାଇ ଯାଇଥିଲେ । ଏସମ୍ପର୍କରେ ଶ୍ରୀ ନାୟକଙ୍କ ଘରେ ରହିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଘଟଣା କଏଦ ହୋଇଛି ।

ଅପରାଧିଙ୍କୁ ସ୍ୱଷ୍ଟ ଭାବେ ଚିହ୍ନାଯାଇ ପାରୁଛି । ଏସମ୍ପର୍କରେ ଶ୍ରୀ ନାୟକ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ଗାଡି ଲୁଟେରାଙ୍କୁ ଧରିବା ନିମନ୍ତେ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଅବ୍ୟାହତ ରଖିଛି ବୋଲି ଆଇଆଇସି ଚିନ୍ମୟୀ ପ୍ରକାଶ କରିଛନ୍ତି । ତେବେ ଖୁବ ଶୀଘ୍ର ଗାଡି ଲୁଟେରାଙ୍କୁ ଧରାଯିବ ବୋଲି ଆଇଆଇସି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.