ଧରା ପଡିଲା ବଣିଆର କଳାକାରନାମା, ନକଲି ସୁନା ବନ୍ଦକ ରଖି ଠକିନେଲା କୋଟିଏରୁ ଉଦ୍ଧ୍ୱର୍ ଟଙ୍କା

0 80

ଓଡ଼ଗାଁ, ୧୪ା୩ ( ଡିକେ ନ୍ୟୁଜ) : ଓଡ଼ଗାଁ ବ୍ଲକ୍‌ ଶରଣକୁଳ ଥାନା ଶିଖରପୁର କାନାଡ଼ା ବ୍ୟାଙ୍କ କାର୍ଯ୍ୟ କରୁଥିବା ସମୟରୁ ବଣିଆ ଭାବେ ଶରଣକୁଳ ଗ୍ରାମର ନୀଳମାଧବ ଆଚାରିଙ୍କ ପୁଅ ରଘୁନାଥ ଆଚାରି କାମ କରନ୍ତି । ଲୋକମାନେ ବ୍ୟାଙ୍କରେ ସୁନା ବନ୍ଧକ ଦେଇ ଲୋନ୍‌ ନେଣଦେଣ କରୁଥିବା ବେଳେ ସେ ଅନେକ ଲୋକଙ୍କ ସଂଷ୍ପର୍ଶରେ ଆସିଥିଲେ । ରଘୁନାଥ ବ୍ୟାଙ୍କକୁ କିପରି ଚୂନ ଲଗେଇ କୋଟିପତି ହେବେ ସେହି ଯୋଜନା କରିଥିଲେ ।

ବ୍ୟାଙ୍କ ନିୟମ ଅନୁଯାୟୀ ବ୍ୟାଙ୍କର ଯେ କେହି କର୍ମଚାରୀଙ୍କ ନାମରେ ଲୋନ୍‌ ନେଇ ପାରିବେ ନାହିଁ । ସେଥିପାଇଁ ରଘୁନାଥ ଆଖପାଖ ଗାଁର ସଂପକିର୍ୟ ଲୋକଙ୍କୁ ଟାଗେର୍ଟ କରିଥିଲେ । ନିଜେ ରକ୍ଷକ ହୋଇ ଭକ୍ଷକ ସାଜିଥିଲେ ବଣିଆ ରଘୁନାଥ ଆଚାରି । ଅସଲି ବଦଳରେ ନକଲି ସୁନା ଯୋଗାଡ଼ କରି ଲୋକଙ୍କ ସାହାରା ନେଇଥିଲେ । ଗତ ୨ବର୍ଷ ମଧ୍ୟରେ ୨୧ଜଣ ଲୋକଙ୍କ ନାମରେ ଏକ କୋଟି ଟଙ୍କା ବ୍ୟାଙ୍କରୁ ଠକି ନେବାରେ ସେ ସକ୍ଷମ ହୋଇଥିଲେ । ପ୍ରଥମେ ଲୋକଙ୍କୁ ଟଙ୍କାର ଆବଶ୍ୟକତା ଥିବା ସତ ମିଛ କହି ରାଜି କରାଉଥିଲେ । ଲୋକମାନେ ମନରେ ଅବିଶ୍ୱାସ ନ ରଖି କ’ଣ ଦରକାର ଥିବ ଭାବି ରାଜି ହେଉଥିଲେ । ଏହାପରେ ଘର ଜାଗାବାଡ଼ି ପଟା, ଆଧାରକାଡର଼୍, ଭୋଟରକାଡର଼୍ ଆଣି ବ୍ୟାଙ୍କକୁ ଆସିବାକୁ ଲୋକଙ୍କୁ କହୁଥିଲେ ।

ସଂପକିର୍ୟମାନେ ବ୍ୟାଙ୍କରେ ପହଞ୍ଚିବା ପରେ ନକଲି ସୁନାକୁ ଦେଖାଇ ବ୍ୟାଙ୍କରୁ ଲୋନ୍‌ କରୁଥିଲେ । ନିଜେ ବଣିଆ ହୋଇଥିବାରୁ ନକଲି ସୁନା ପରୀକ୍ଷା କରିବାର କୈାଣସି ଆବଶ୍ୟକତା ପଡୁନଥିଲା । ଏହିଭଳି ଭାବେ ସେ ୨୧ ଜଣଙ୍କ ନାମରେ ଟଙ୍କା ନେଇଥିବା ଶିଖରପୁର ଶାଖା ପରିଚାଳକ ରୋଜାଲି ପୃଷ୍ଟି କହିଛନ୍ତି । ଚଳିତ ବର୍ଷ ବଙ୍କ ଅଡ଼ିଟ୍‌ ସମୟରେ ବ୍ୟାଙ୍କରେ ବନ୍ଧକ ଥିବା ସମସ୍ତ ସୁନା, ଗହଣା ପରୀକ୍ଷା, ନୀରିକ୍ଷା କରାଯାଇଥିଲା । ଏହି ସମୟରେ ବଣିଆର କଳାକାରନାମା ଧରାପଡିଥିଲା । ଏଥିରେ ଅଧିକାଂଶ ସୁନା ନକଲି ଥିବା ଘଟଣା ପଦାକୁ ଆସିଥିଲା । ଏହି ଘଟଣାରେ ବଣିଆ ରଘୁନାଥ ଆଚାରି ଏଭଳି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ । ଧୀରେ ଧୀରେ ବ୍ୟାଙ୍କୁକୁ ଟଙ୍କା ସୁଜି ଦେବେ ବୋଲି ରାଜି ହୋଇଥିଲେ ।

ଏହି ଘଟଣା ପ୍ରଘଟ ହେବା ପରେ ବଡ଼ଗୋରଡା ଗ୍ରାମର ଜଣେ ବ୍ୟକ୍ତି ବଣିଆକୁ ଗାଁ କୋଠଘରେ ଅଟକ ରଖିଥିଲେ । ବ୍ୟାଙ୍କ କର୍ମଚାରୀମାନେ ପହଞ୍ଚି ବଣିଆକୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଲୋକଙ୍କ ନାଁରେ ଜାଲିଆତି କରିଥିବା ଟଙ୍କା ଶୁଝିବାକୁ ପରାମର୍ଶ ଦେଇଥିଲେ । ଏହି କଥାରେ ବଣିଆ ରାଜି ହେବା ସହିତ ଷ୍ଟେଟ୍‌ ବ୍ୟାଙ୍କର ୨୦ଲକ୍ଷ ଟଙ୍କାର ଏକ ଚେକ୍‌ ଶାଖା ପରିଚାଳକଙ୍କୁ ଦେଇଥିଲେ । କିନ୍ତୁ ସେହି ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡିଛି । ଗତ ରବିବାର ଦିନ ଠାରୁ ବଣିଆ ଶ୍ରୀ ଆଚାରି କୁଆଡେ ଫେରାର ହୋଇଯାଇଥିବା କାନାଡ଼ା ଶାଖା ପରିଚାଳକ ରୋଜାଲି ପୃଷ୍ଟି କହିଛନ୍ତି ।

Leave A Reply

Your email address will not be published.