ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ, ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ପାଇଁ ଆହ୍ୱାନ

0 119

ଭୁବନେଶ୍ୱର : ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗର୍ଶନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀମାନେ ନିଜ ପଦର କାର୍ଯ୍ୟର ସୂ·ରୁ ରୂପେ ସମ୍ପାଦନ କରି ଲୋକଙ୍କୁ ଉତ୍ସାହିତ କରି ମତ୍ସ୍ୟ·ଷ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ । ଏଥିସହ ଲୋକମାନଙ୍କ ଉପାର୍ଜନ ବଢ଼ାଇବାରେ ମଧ୍ୟ ସହଯୋଗ କରିବା ଆବଶ୍ୟକ । ବର୍ତ୍ତମାନ ଓଡ଼ିଶା ଦେଶରେ ମତ୍ସ୍ୟ ଉତ୍ପାଦନରେ ୪ର୍ଥ ସ୍ଥାନରେ ରହିଛି । ତେଣୁ ନବନିଯୁକ୍ତ ଅଧିକାରୀମାନେ ମିଶନ ମୋଡରେ କାର୍ଯ୍ୟ କରି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ୪ର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ନେବା ପାଇଁ କାର୍ଯ୍ୟ କରିବା ଦରକାର ।

୫-ଟି ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ୫-ଟି ଆସିବା ଦ୍ୱାରା ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ଜ୍ଞାନକୌଶଳ ମାଧ୍ୟମରେ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବାରେ ଏହା ସହାୟତା ହେବ । ତେଣୁ ୫-ଟିର ସିଦ୍ଧାନ୍ତକୁ ଅନୁସରଣ କରି ସଚ୍ଚୋଟତାର  ସହ କାର୍ଯ୍ୟ କରନ୍ତୁ । ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ·ଲିଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଏହି ଦୁଇ ଦଶନ୍ଧିରେ ରାଜ୍ୟରେ ସିଫୁଡ ରପ୍ତାନୀ ୧୨ ଗୁଣା ବଢ଼ିଛି । ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ “ମୋ ସରକାର’ର ଜନାଦେଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ ।

ଯୁବ ଅଧିକାରୀମାନେ ରାଜ୍ୟର ଭିଜନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ସୁରେଶ ବଶିଷ୍ଟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.