ଖସିଲା ସୁନା-ରୂପା ଦାମ

0 95

ନୂଆଦିଲ୍ଲୀ : ଯଦି ଆପଣ ସୁନା ବା ରୂପା କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ବୁଧବାର ସୁନା-ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ଶସ୍ତା ହୋଇ ୫୭,୦୭୦ ଟଙ୍କା ହୋଇଯାଇଛି । ଏକ କିଲୋ ରୂପା ଦାମ୍‌ ମଧ୍ୟ କମ୍‌ ହୋଇ ୬୬,୫୩୫ ଟଙ୍କାରେ ବିକ୍ରି ହେଉଛି । ଏଚଡିଏଫସି ସିକ୍ୟୋରିଟିଜ ଏହି ସୂଚନା ଦେଇଛି । ଦିଲ୍ଲୀ ସର୍ରୋଫା ବଜାରରେ ବୁଧବାର ସୁନା ୩୧୦ ଟଙ୍କାର କ୍ଷତି ସହିତ ୫୭,୦୭୦ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଛି ।

ଗତ ବାଣିଜ୍ୟିକ ସେସନରେ ସୁନା ୫୭,୩୮୦ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ଏହିଭଳି ରୂପାର ଦାମ୍‌ ମଧ୍ୟ ୯୦ ଟଙ୍କା ହ୍ରାସ ପାଇ ୬୬,୫୩୫ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବନ୍ଦ ହୋଇଛି । ଏଚଡିଏଫସି ସିକ୍ୟୋରିଟିଜର ସିନିୟର ଆନାଲିଷ୍ଟ ସୈମିଲ ଗାନ୍ଧୀ କହିଛନ୍ତି କି “ଦିଲ୍ଲୀରେ ସୁନାର ହାଜିରା ଦାମ୍‌ ୩୧୦ ଟଙ୍କା ହ୍ରାସ ପାଇ ୫୭,୦୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି ।

‘ବିଦେଶୀ ବଜାରରେ ସୁନା ହ୍ରାସ ସହିତ ୧,୮୯୧ ଡଲାର ପ୍ରତି ଆଉନ୍ସ ଏବଂ ରୂପା ୨୧.୬୧ ଡଲାର ପ୍ରତି ଆଉନ୍ସରେ ଅପରିବର୍ତ୍ତିତ ରହିଛି । କହିରଖୁଛୁ ଆପଣ ଏହି ରେଟ୍ସକୁ ସହଜରେ ଘରେ ବସି ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ରେ ମିସ୍ଡ କଲ୍‌ ଦେବାକୁ ହେବ ଏବଂ ଆପଣଙ୍କ ଫୋନରେ ମେସେଜ୍‌ ଆସିଯିବ । ଏଥିରେ ଆପଣ ଲାଟେଷ୍ଟ ରେଟ୍ସ ଚେକ୍‌ କରିପାରିବେ ।

Leave A Reply

Your email address will not be published.