ମେ’ ପହିଲାରୁ ପଛୁଆବର୍ଗ ସର୍ଭେ

0 114

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେଇପାରିବେ । ପୂର୍ବରୁ କେନ୍ଦ୍ର ସରକାର ଜନଗଣନାରେ ପଛୁଆବର୍ଗଙ୍କୁ ଗୁରୁତ୍ୱ ଦେଉନଥିବାରୁ ରାଜ୍ୟ ସରକାର ଏହି ସର୍ଭେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ମେ ୧ରୁ ୨୭ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସର୍ଭେରେ ସମସ୍ତ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏଥିରେ କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ଯେକୌଣସି ଗୋଟିଏ ପରିଚୟ ପତ୍ର ତଥା ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ବା ପ୍ୟାନ୍‌ କାର୍ଡ ଯୋଗେ ତଥ୍ୟ ଦେଇପାରିବେ । ଏତଦ୍‌ ବ୍ୟତୀତ ରାସନକାର୍ଡ ନଥିବା ପଛୁଆ ବର୍ଗ ପରିବାରର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.