ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲା ବୋର୍ଡ, ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ ସଭାପତି

0 146

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ।

ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। B ସେଟ୍ ଭିତରେ A ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି । ଆଜି ଢେଙ୍କାନାଳରେ ପ୍ରଶ୍ନ ପତ୍ର ତ୍ରୁଟି ହୋଇଥିବା ଖବର ଆସିଛି । B ସେଟ୍ ପ୍ରଶ୍ନ ପତ୍ରରେ A ସେଟର ପ୍ରଶ୍ନ ଥିଲା । ସର୍ବ ମୋଟ ୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.