ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରଙ୍କ ଦାବି, ଓଡ଼ିଶାରେ ସ୍ଥାପନା ହେଉ NITTR

0 107

ଲୋକସଭାରେ ଦାବି ଉପସ୍ଥାପନା କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଓଡ଼ିଶାରେ NITTR ସ୍ଥାପନା ନେଇ ଗୃହରେ ଦାବି କରିଛନ୍ତି । ସାଂସଦ ଶ୍ରୀ ସାହୁ ଦର୍ଶାଇଛନ୍ତି, ଓଡ଼ିଶାରେ ୩୪ଟି ସରକାରୀ ଓ ୧୨୪ଟି ଘରୋଇ ପଲିଟେକନିକ ସଂସ୍ଥା ରହିଛି । ରାଜ୍ୟରେ ଥିବା ଏହି ପଲିଟେକନିକ ଗୁଡ଼ିକ ପାଇଁ କୁଶଳୀ କରର୍ମଚାରୀଙ୍କ ଅଭାବ ରହିଛ । ଯଦ୍ୱାରା ଯେଉଁ ପରିମାଣରେ ଉନ୍ନତି ହେବା କଥା,ସେଥିରେ ପ୍ରତିବନ୍ଧକ ଲାଗିଛି । ସେପଟେ ଟ୍ରେନିଂ ପାଇଁ କେବଳ ଗୋଟିଏ ସରକାରୀ ପଲିଟେକନିକ ଭୁବନେଶ୍ୱରରେ ରହିଛି ।

କିନ୍ତୁ ଭୁବନେଶ୍ୱରରେ ଥିବା ପଲିଟେକନିକ୍ କୋଲକାତା NITTR ପରିବର୍ଦ୍ଧିତ କେନ୍ଦ୍ର । ଓଡ଼ିଶାରେ NIITR ଭଳି ଏକ କେନ୍ଦ୍ରର ଆବଶ୍ୟକତା ନିହାତି ରହିଛି । ଯଦି ଓଡିଶାରେ NITTR କେନ୍ଦ୍ର ସ୍ଥାପନା କରାଯାଏ ତେବେ ବୈଷ୍ୟିକ ଶିକ୍ଷା କ୍ଷଷତ୍ରରେ ତାଲିମପ୍ରାପ୍ତ ଦକ୍ଷ ଶିକ୍ଷକ ବାହାରିପାରିବେ । ଏହା ରାଜ୍ୟର ବିକାଶରେ ଅତ୍ୟନ୍ତ ସହାୟକ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏ ଅନୁରୋଧ କରିଛନ୍ତି ବ୍ରହ୍ମପୁର ସାଂସଦ । ଏ ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ସାହୁ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.