ଲୋକାରଣ୍ୟ ଗଞ୍ଜାମର ମା’ ତାରାତାରିଣୀ ପୀଠ

0 138

ଗଞ୍ଜାମ:  ଆଜି ପବିତ୍ର ଚୈତ୍ରମାସର ଦ୍ବିତୀୟ ମଙ୍ଗଳବାର । ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଗହଳି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚାଲିଛି ଚୈତ୍ର ଯାତ୍ରା । ସକାଳୁ ସକାଳୁ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଲାଗିଛି ଲମ୍ବା ଧାଡ଼ି । ମାସରେ ପ୍ରତି ମଙ୍ଗଳବାରରେ ହେଉଛି ଦେବୀଙ୍କ ସ୍ବତନ୍ତ୍ର ପୂଜା । ଏହି ଦିନରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ମାନସିକଧାରୀ ସେମାନଙ୍କ ଛୁଆଙ୍କୁ ମୁଣ୍ଡନ କରି ମା’ଙ୍କ ଆଶିଷ ନେଉଛନ୍ତି ।

ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଅତିରିକ୍ତ ସିଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ୩ ପଥ ଦେଇ ପର୍ବତ ଶିଖରକୁ ଆସି ଦର୍ଶନ କରିପାରିବେ । ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.