ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଖାସ୍‌ ଉପହାର ଦେଲେ ମୋଦୀ

0 119

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ତେବେ ଏହି ସମୟରେ ପିଏମ ମୋଦୀ କିଶିଦାଙ୍କୁ କଦମଉଡ୍‌ ଜାଲି ବକ୍ସରେ କର୍ଣ୍ଣାଟକର ଚନ୍ଦନର ବୁଦ୍ଧ ପ୍ରତିମା ଉପହାର ଦେଇଛନ୍ତି ।

ଏହି ବୁଦ୍ଧ ପ୍ରତିମା ଖୁବ୍‌ ଖାସ୍‌ ଏଥିପାଇଁ କାରଣ ଚନ୍ଦନ କାଠରେ ଖୋଦେଇ କରିବାର କଳା ଏକ ଉକ୍ରୃଷ୍ଟ ଏବଂ ପ୍ରାଚୀନ ଶିଳ୍ପ । ଏହିବହୁ ଦଶନ୍ଧିରୁ କର୍ଣ୍ଣାଟକରେ ପ୍ରଚଳିତ । ଏହି ଶିଳ୍ପରେ ସୁଗନ୍ଧିତ ଚନ୍ଦନ କାଠରେ ସୁକ୍ଷ୍ମ ଡିଜାଇନକୁ ତିଆରି କରାଯାଇଥାଏ, ଯାହା କଷ୍ଟସାଧ୍ୟ ମଧ୍ୟ ହୋଇଥାଏ । ଏହି କଳାକୃତି ଖୁବ୍‌ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଏହି କଳା ଦ୍ୱାରା ମୂର୍ତ୍ତି ଏବଂ ଅନ୍ୟ ସାଜସଜ୍ଜା ବସ୍ତୁ ତିଆରି କରାଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବୁଦ୍ଧ ଜୟନ୍ତୀ ପାର୍କ ଗସ୍ତ କରିଥିଲେ । ଜାପାନୀ ପ୍ରଧାନମନ୍ତ୍ରୀ ଏଠାରେ ଗୁପ୍‌ଚୁପ୍‌ ଲସି ଏବଂ ଆମ୍ବ ରସର ମଜା ଉଠାଇଥିଲେ ।

ଏହାରି ମଧ୍ୟରେ ବିଦେଶ ସଚିବ ମୋହନ କ୍ୱାତ୍ରା କହିଛନ୍ତି ଯେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ଭାରତ ଯାତ୍ରାରେ ଅଛନ୍ତି । ଜାପାନ ସେହି ଦେଶ ମଧ୍ୟରେ ରହିଛି ଯେଉଁମାନଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀ ବ୍ୟବସ୍ଥା ରହିଛି । ପିଏମ ମୋଦୀ ଭାରତ-ଜାପାନ ସଂପର୍କକୁ କ୍ଷେତ୍ରର ସବୁଠୁ ସ୍ୱାଭାବିକ ଭାଗିଦାରୀରେ ଗୋଟିଏ କୁହାଯାଇଛି । ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଔପ·ରିକ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜି୭ ହିରୋଶିମା ଶିଖର ସମ୍ମିଳନୀରେ ଆମନ୍ତ୍ରିତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.