ବନ୍ଦ ଲଫାପା କାରବାର ଶେଷ କର: ପ୍ରଧାନ ବିଚାରପତି

0 88

ନୂଆଦିଲ୍ଲୀ : ଅଦାଲତରେ ବନ୍ଦ ବା ମୁଦା ଲଫାପାରେ ଦଲିଲ ଦାଖଲ ବନ୍ଦ କରାଯାଉ ବୋଲି ଆଜି “ୱାନ୍‌ ରାଙ୍କ୍‌ ୱାନ୍‌ ପେନସନ୍‌’ (ଓଆର୍‌ଓପି) ମାମଲାର ଶୁଣାଣି କରିବା ବେଳେ ଭାରତର ପ୍ରଧାନ ବି·ରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ପେନସନ୍‌ ପେମେଣ୍ଟ୍‌ ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଉଲ୍ଲେଖ ଥିବା କାଗଜପତ୍ରଗୁଡ଼ିକୁ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଏକ ମୁଦା ଲଫାପାରେ ଦାଖଲ କରିଥିଲେ । କିନ୍ତୁ ତାହା ଗ୍ରହଣ କରିବାକୁ ଅଗ୍ରାହ୍ୟ କରି ପ୍ରଧାନ ବି·ରପତି କହିଲେ ଯେ, ଏହାକୁ ପଢ଼ି ଶୁଣାଅ ନଚେତ ଫେରାଇ ନେଇଯାଅ । ପ୍ରଧାନ ବି·ରପତି କହିଲେ, ଆମେ କୌଣସି ଗୋପନୀୟ ଦଲିଲ ମୁଦା ଲଫାପା ଗ୍ରହଣ କରୁନା ।

ମୁଁ ବ୍ୟକ୍ତିଗତ ଭାବେ ମଧ୍ୟ ଏହାକୁ ବିରୋଧ କରେ । ଅଦାଲତରେ ସାଧୁତା ରକ୍ଷା କରାଯିବା ବିଧେୟ । ଏଇଟା ତ ଆଦେଶ ଲାଗୁ ହେବା ପ୍ରସଙ୍ଗ ସମ୍ବଳିତ ଦଲିଲ । ଏଥିରେ କ’ଣ ଗୋପନ ଥାଇ ପାରେ ? ମୁଁ ମୁଦା ଲଫାପା କାରବାର ବନ୍ଦ କରିବାକୁ ·ହେଁ । ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ସେ ଆହୁରି ମଧ୍ୟ କହିଲେ, ସୁପ୍ରିମ୍‌କୋର୍ଟ ଏମିତି କଲେ ହାଇକୋର୍ଟମାନେ ବି ଏମିତି କରିବେ ।

ମୁଦା ଲଫାପା ସମ୍ପୂର୍ଣ୍ଣ ନ୍ୟାୟିକ ନୀତି ବିରୋଧୀ । କୌଣସି ବ୍ୟକ୍ତିବିଶେଷଙ୍କ ଜୀବନ ପ୍ରତି ବିପଦ ଥିବା କ୍ଷେତ୍ରରେ ହିଁ ମୁଦା ଲଫାପାରେ ଦଲିଲ୍‌ ଦାଖଲ କରାଯାଇପାରିବ । ଏକଥା ଶୁଣି ଆଟର୍ଣ୍ଣି ଜେନେରାଲ୍‌ ଉକ୍ତ ରିପୋର୍ଟକୁ ପଢ଼ି ଶୁଣାଇଲେ । ସେ କହିଲେ ଯେ, ଥରକରେ ଏତେ ପରିମାଣର ଅର୍ଥ ଦେବାକୁ ବଜେଟ୍‌ ଅଟକଳ ସମର୍ଥ ନୁହେଁ । ସମ୍ବଳ ସୀମିତ ଏବଂ ବ୍ୟୟ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଥରକରେ ଏତେ ଅର୍ଥ ଦେବାକୁ ଅସମର୍ଥ ବୋଲି ଅର୍ଥ ମନ୍ତ୍ରାଳୟ କହିଛି ।

Leave A Reply

Your email address will not be published.