ଭାରତର ତାଗିଦ୍‌ ପରେ ଲଣ୍ଡନ ଦୂତାବାସରେ ଲାଗିଲା ତ୍ରିରଙ୍ଗା

0 98

ନୂଆଦିଲ୍ଲୀ: ଭାରତ ବିଦେଶ ମନ୍ତ୍ରାଳୟର ଜବାବ ତଲବ ପରେ ଲଣ୍ଡନ ଦୂତାବାସ ସାମ୍ନାରେ ପୁଣି ଉଡ଼ିଲା ତ୍ରିରଙ୍ଗା । ବ୍ରିଟେନ୍‌ ସରକାରଙ୍କ ପକ୍ଷରୁ ଏକ ବିଶାଳକାୟ ତ୍ରିରଙ୍ଗା ପତାକା ଲଗାଯାଇଛି । ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପସନ୍ଦ କରିଛନ୍ତି ଭାରତୀୟ । ସେପଟେ ଇଣ୍ଡିଆ ହାଉସରେ ଜାତୀୟ ପତାକା ଲାଗିବା ପରେ ଏହାର ଏକ ଫଟୋକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଜୟବୀର ଶେରଗିଲ୍‌ ପୋଷ୍ଟ କରିଛନ୍ତି ।

ସେ “ଝଣ୍ଡା ଉଚ୍ଚା ରହେଗା ହମାରା’ ଟ୍ୱିଟରେ ଲେଖିଛନ୍ତି । ଏହା ସହିତ ୟୁକେ ସରକାର ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଲେଖିଛନ୍ତି । ଅନ୍ୟପଟେ ଲଣ୍ଡନ ଭାରତୀୟ ଦୂତାବାସରେ ଖଲିସ୍ତାନୀ ଅମୃତପାଲ ସମର୍ଥକଙ୍କ ଜାତୀୟ ପତାକାକୁ ଅସମ୍ମାନ ଓ ଭଙ୍ଗାରୁଜା ଘଟଣାକୁ ବ୍ରିଟେନର ବରିଷ୍ଠ ଅଧିକାରୀ ନିନ୍ଦା କରିଛନ୍ତି । ଏହା ସହିତ ଉଚ୍ଚଆୟୁକ୍ତ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ସରକାର ଗମ୍ଭୀରତାର ସହିତ ନେବେ ।

ସେହିପରି ଦୋଷୀଙ୍କ ବିରୋଧରେ କ‡ା କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକାରୀ । ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇଛି । ଅମୃତପାଲକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପଞ୍ଜାବ ପୋଲିସ ଚଢ଼ାଉ ଜାରି ରଖିଛି । ଚାଚା ଓ ଡ୍ରାଇଭରକୁ ମିଶାଇ ପ୍ରାୟ ୭୮ଜଣ ଖଲିସ୍ତାନୀ ସମର୍ଥକଙ୍କୁ ଗରିଫ ହୋଇଛନ୍ତି ।

ଏହାକୁ ନେଇ ରବିବାର ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ଅଫିସକୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କୀ ଅମୃତପାଲର ସମର୍ଥକ । ଭାରତ ବିରୋଧରେ ଇଂଲଣ୍ଡରେ ପ୍ରଦର୍ଶନ କରିଛନ୍ତି । ପ୍ରାୟ ୮୦ରୁ ଅଧିକ ଖଲିସ୍ତାନୀ ସମର୍ଥକ ଲଣ୍ଡନରେ ଥିବା ହାଇ-କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତ୍ରିରଙ୍ଗାକୁ ଅସମ୍ମାନ କରିବା ସହିତ ଭଙ୍ଗାରୁଜା କରିଥିଲେ ।

Leave A Reply

Your email address will not be published.