ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

0 96

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି । ଏବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସୋଦିଆ । ସିସୋଦିଆ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ମାମଲାରେ ନ୍ୟାୟିକ ହେପାଜତ ଶେଷ ହେବା ପରେ ଭିସି ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ।

ଏହି ମାମଲାରେ ସିବିଆଇ କହିଛି ଯେ, ତଦନ୍ତ ଏବେ ଜାରି ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି । ତେବେ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସେ ଇଡି ହେପାଜତରେ ଅଛନ୍ତି । ଏହି ମାମଲାରେ, ରାଉଜ୍‌ ଆଭେନ୍ୟୁ କୋର୍ଟ ଶୁକ୍ରବାର ସିସୋଦିଆଙ୍କୁ ପୁଣି ୫ଦିନ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଥିଲେ । ଇଡି କୋର୍ଟରେ କହିଥିଲା ଯେ, ଉପ ରାଜ୍ୟପାଳ ଯେତେବେଳେ ଏ ବିଷୟରେ ଅଭିଯୋଗ କରିଥିଲେ ସେତେବେଳେ ମନୀଷ ତାଙ୍କ ଫୋନ ବଦଳାଇ ଦେଇଥିଲେ କିନ୍ତୁ ଏଜେନ୍ସି ତାଙ୍କ ମୋବାଇଲ୍‌ ତଥ୍ୟ ଉଦ୍ଧାର କରିଛି ।

ବର୍ତ୍ତମାନ ଏଜେନ୍ସି ତାଙ୍କ ମୋବାଇଲ୍‌ ଏବଂ ଇମେଲରୁ ବାହାର କରାଯାଇଥିବା ତଥ୍ୟକୁ ବିଶ୍ଳେଷଣ କରୁଛି ଏବଂ ଏବେ ମନୀଷଙ୍କୁ ପ୍ରଶ୍ନ ପଚାରିବାର ଅଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଅର୍ଥ ହେରଫେର ସଂକ୍ରାନ୍ତୀୟ ମାମଲାରେ ସିସୋଦିଆଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲରୁ ଗିରଫ କରିଥିଲା ଇଡି । ଏହାପରେ ମାର୍ଚ୍ଚ ୧୦ରେ ସିସୋଦିଆଙ୍କୁ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ନିବେଦନ କରିଥିଲା ଇଡି ।

୭ ଦିନ ଅର୍ଥାତ୍‌ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ପଠାଇଥିଲେ । ୧୭ ତାରିଖ ଦିନ ପୁଣି ଆଉ ୫ ଦିନ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଇଡି ହେପାଜତକୁ ପଠାଇଥିଲେ କୋର୍ଟ । ଏହା ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ୮ ଘଣ୍ଟା ପଚରାଉଚରା କରିବା ପରେ ଗିରଫ କରିଥିଲା । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ ୨୧ ଅପରାହ୍ନ ୨ଟାରେ ଶୁଣାଣି କରିବେ କୋର୍ଟ ।

Leave A Reply

Your email address will not be published.