ଗୋଟିଏ ନ ଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼, ୨୬ରୁ ଦେଖାଇବ ପ୍ରକୋପ

0 121

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା । ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତା ସହ ଗଜପତି,
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୦ ମି.ମି ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ସେତେ ରହିବ ନାହିଁ । କିଛି ଜିଲ୍ଲାରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ । ୨୬ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଜୁଳି ଘଡଘଡି ଜନିତ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୬ ତାରିଖ ପାଇଁ ଉପକୂଳ ଓଡିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଓ ଦକ୍ଷିଣରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବ । ତା’ସହ ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଏହାର ପ୍ରଭାବ ୨୭ ତାରିଖରେ ମଧ୍ୟ ରହିବ । ଖାସ କରି ଉପକୂଳ ଓଡ଼ିଶାରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡ଼ିଗ୍ରୀ କମ୍‌ ରହିଛି । ଦୁଇଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ହେବ । ଏହା ସହ ସାମାନ୍ୟ ଗରମ ଅନୁଭୂତ ହେବ ।

Leave A Reply

Your email address will not be published.