ଘରୋଇ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି ରାଜ୍ୟରେ ବଢ଼ିବନି ବିଜୁଳି ଦର

0 83

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରଖିଛି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଗ୍ରାହକଙ୍କ ଉପରେ ପଡ଼ିବନି ବିଦ୍ୟୁତ୍‌ ବୋଝ । ·ଷୀଙ୍କ ପାଇଁ ବିଦ୍ୟୁତ ବିଲରେ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଫାଇନ୍‌ ବ୍ୟବସ୍ଥାକୁ ବାଦ୍‌ ଦିଆଯାଇଛି ।

ପୂର୍ବଭଳି ୦ରୁ ୫୦ ୟୁନିଟ୍‌ ପାଇଁ ୩ ଟଙ୍କା ଦେବେ ବିଦ୍ୟୁତ ଉପଭୋକ୍ତା । ୫୦ରୁ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା ଓ ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୮୦ ପଇସା ଧାର୍ଯ୍ୟ କରାଯାଇଛି । ୪୦୦ ୟୁନିଟ ପରେ ୬ ଟଙ୍କା ୨୦ ପଇସା ଧାର୍ଯ୍ୟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ସେହିପରି ରେଳବାଇ କ୍ଷେତ୍ରରେ ୨୫ ପ୍ରତିଶତର ରିହାତିକୁ ମଞ୍ଜୁର କରାଯାଇଛି । ଏ ସମ୍ପର୍କରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.