ଓଡ଼ିଶାକୁ ଆସିବ ବଡ଼ ପୁଞ୍ଜି, ଜାପାନ ଯିବେ ନବୀନ

0 152

ଭୁବନେଶ୍ୱର : ବିଦେଶରୁ ଆସିବ ବଡ଼ ପୁଞ୍ଜି ନିବେଶ । ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପ୍ରଥମ ସପ୍ତାହରେ ଗସ୍ତ କରିବା ସମ୍ଭାବନା ରହିଛି । ଯଦିଓ ତାରିଖ ଘୋଷଣା ହୋଇନି କିନ୍ତୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଜାପାନ ଗସ୍ତରେ ଯାଇ ଟପ୍‌ ବିଜନେସ୍‌ ଟାଇକୁନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ନିବେଶ ନେଇ ଆଲୋଚନା ହେବ ।

ଓଡ଼ିଶା ସହ ଜାପାନର ବାଣିଜ୍ୟିକ ସୁସମ୍ପର୍କ ରହିଛି । ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ବିଭିନ୍ନ ସଂସ୍କରଣରେ ଜାପାନ ରାଷ୍ଟ୍ରଦୂତ ସାମିଲ ହୋଇଛନ୍ତି । ଜାପାନର ବହୁ କମ୍ପାନୀ ସମେତ ବିଦେଶ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୁରୁବାର ଛତ୍ରପୁର ଗସ୍ତ କରି ତଦାରଖ କରିଛନ୍ତି । ଗଞ୍ଜାମ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ସାହିତ ଥିବାବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଭବ୍ୟ ସ୍ୱାଗତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଶ୍ରୀ ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନିର୍ମାଣ ସରିଥିବା ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ।

Leave A Reply

Your email address will not be published.