ହାତୀ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ଧର୍ମେନ୍ଦ୍ରଙ୍କ ଉଦ୍‌ବେଗ

0 112

ଭୁବନେଶ୍ୱର : ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୧୦ ବର୍ଷରେ ଓଡ଼ିଶାରେ ୭୮୪ଟି ହାତୀଙ୍କ ମୃତ୍ୟୁ ହୋଇଛି ।

ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ସେମାନେ ବିଦ୍ୟୁତ ଆଘାତ, ରୋଗ/ଦୁର୍ଘଟଣାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ୭ ଟି ହାତୀ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଏହା ଗତ ତିନି ବର୍ଷ ମଧ୍ୟରେ ଏହା ସର୍ବାଧିକ । ହାତୀ ଭଳି ଅନ୍ୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଦେଖାଇ ଆସୁଛନ୍ତି । ହାତୀ ସୁରକ୍ଷା ଓ ସଂରକ୍ଷଣ ଲାଗି କେନ୍ଦ୍ର ସରକାର “ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ ଯୋଜନାର କାର୍ଯ୍ୟକାରୀ କରୁଛନ୍ତି । ଏଣୁ ହାତୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.