ଜିନପିଙ୍ଗଙ୍କ ବିଦାୟ ପରେ ରୁଷର ଘନଘନ ମିଶାଇଲ ମାଡ

0 94

କିଭ୍‌ : ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ମିତ୍ର ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଗତକାଲି ମସ୍କୋରୁ ବେଜିଂ ଫେରିଛନ୍ତି । ତାଙ୍କର ସଲାମୀ ବିଦାୟୀ ଋଷ ବୁଧବାର ରାତିସାରା ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଓ ଡ୍ରୋନ୍‌ ମାଡ କରିଥିଲା । ରଏଟର୍ସର ରିପୋର୍ଟ ଅନୁସାରେ, ଋଷ ମିଜାଇଲ୍‌ ରାତିସାରା ୟୁକ୍ରେନ୍‌ର ଦକ୍ଷିଣ ଭାବରେ ଥିବା ସହର
ଜାପୋରିଜିୟାରେ ଆକ୍ରମଣ କରିଥିଲା ।

ରିପୋର୍ଟରେ କୁହାଯାଇଛି, ୟୁକ୍ରେନ୍‌ର  ଦମକଳବାହିନୀ ଦକ୍ଷିଣୀ ସହର ଜାପୋରିଜିୟାର ଦୁଇ ନିକଟବର୍ତ୍ତୀ ଆବାସିକ ବିଲ୍ଡିଂରେ ଲାଗିଥିବା ନିଆଁକୁ ଲିଭାଇ ଦେଇଛି । ସେଠାରେ ଡବଲ ମିଜାଇଲ ମାଡ ହୋଇଥିଲା । ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ମଜାଇଲ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ସେଭଳି ୩୩ ଜଣ ଆହତ ହୋଇଛନ୍ତି । ଋଷ ସୈନିକମାନେ ପୋରିଜିୟାରେ ଏକ ଆପାର୍ଟମେଣ୍ଟର ବ୍ଲକକୁ ମିସାଇଲରେ ଉଡାଇ ଦେଇଛନ୍ତି ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ଋଷ ଦକ୍ଷିଣପୂର୍ବ ସହର ଜାପୋରିଜିୟାରେ ମିସାଇଲ ମାଡ଼ କରିଛି । ଏହା ପୂର୍ବରୁ ଋଷ ବୁଧବାର ଭୋରୁ ଡ୍ରୋନ୍‌ରେ ଆକ୍ରମଣ କରିଥିଲା, ଯେଉଁଥିରେ କିଭ୍‌ର ଆଖପାଖରେ ଥିବା ଛାତ୍ରାବାସରେ ଅତିକମ୍‌ରେ ୪ ଜଣ ନିହତ ହୋଇଛନ୍ତି ।

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ୍‌ର ରାଜଧାନୀ ବାଟ ଦେଇ ଯିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା । କିଶିଦା ୟୁକ୍ରେନ୍‌ ପ୍ରତି ନିଜର ସମର୍ଥନ ପ୍ରକାଶ କରିବାକୁ ଆସିଥିଲେ । ଅନ୍ୟପକ୍ଷେ ଚୀନ୍‌ର ରାଷ୍ଟ୍ରପତ ସି ଜିନପିଙ୍ଗ ଯୁଦ୍ଧକୁ ଶେଷ କରିବା ନେଇ ନିଜର ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ପରେ ଋଷରୁ ଫେରି ଯାଇଥିଲେ । ଏହି ପ୍ରସ୍ତାବକୁ ପାଶ୍ଚାତ୍ୟ ଦେଶ ମୂଲ୍ୟହୀନ ବୋଲି କହିଛନ୍ତି ।

Leave A Reply

Your email address will not be published.