ଝାରସୁଗୁଡ଼ା ସହରରେ ୧୦ ଟିକିଆ ହାତୀପଲ

0 88

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସହରରେ ପଶି ମୁଙ୍ଗାପଡ଼ା, ସରବାହାଲ ଦେଇ ବୃନ୍ଦାମାଲରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ସହରରେ ହାତୀପଲଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ହାତୀକୁ ଘଉଡ଼ାଇଥିଲେ । ହାତୀପଲରେ ୧୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି l ସୁନ୍ଦରଗଡ଼ ବିମଗିରି ପଟୁ ଆସି ବ୍ରଜରାଜନଗର ଦେଇ ଇବ୍ ନଦୀ ପାର ହୋଇ ହାତୀ ଆସିଥିବା ଜଣାପଡ଼ିଛି ।

Leave A Reply

Your email address will not be published.