କିଏ ଜିତିବ WPLର ପ୍ରଥମ ଟାଇଟଲ, ଆଜି ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ ଓ ମୁମ୍ବାଇ ଟକ୍କର

0 118

ମୁମ୍ବାଇ: କିଏ ଜିତିବ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଆଜି WPL ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ । ଆଜି ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  । ସନ୍ଧ୍ୟା ସାଢେ ୭ଟାରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଲିଗ୍ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୬ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହିତ ସିଧାସଳଖ ଫାଇନାଲରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମ୍ୟାଚରେ ୟୁପି ଓ୍ୱାରିୟର୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ମୁମ୍ବାଇ ।

ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଅପେକ୍ଷାକୃତ ଭଲ ରହିଛି । ଏଠାରେ ମୁମ୍ବାଇ ୩ଟି ମ୍ୟାଚ୍ ଖେଳି ୩ଟି ମ୍ୟାଚରେ ବିଜୟ ଲାଭ କରିଛି । ଯଦି ଦିଲ୍ଲୀ କଥା କହିବା ତାହାଲେ ଏହି ଷ୍ଟାଡିୟମରେ ଦିଲ୍ଲୀ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ଏହି ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ଟାଇଟଲ ବିଜୟ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି ।

Leave A Reply

Your email address will not be published.