ହଜାରେ ନୂଆ ନିଯୁକ୍ତି ଦେବ ଆକାଶ ଏୟାର

0 100

ନୂଆଦିଲ୍ଲୀ : ଦେଶର ସବୁଠୁ ନୂଆ ଏୟାରଲାଇନ ଆକାଶ ଏୟାର ୧୦୦୦ ନୂଆ ନିଯୁକ୍ତି ପ୍ରଦାନ କରିବା ଯୋଜନା ରଖିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନି ଅଧିକ ବିମାନ ଉଡ଼ାଣ ସହିତ ଏହି ନିଯୁକ୍ତି ଯୋଜନା ପ୍ରସ୍ତୁତ କରିଛି । ଆକାଶ ଏୟାର ସିଇଓ ବିନୟ ଦୁବେଙ୍କ ସୂତ୍ରରୁ ଏହା ଜଣାଯାଇଛି ।

ଶ୍ରୀ ଦୁବେ କହିଛନ୍ତି, ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନିର କର୍ମ·ରୀ ସଂଖ୍ୟା ବୃଦ୍ଧି ପାଇ ୩୦୦୦ରୁ ଅଧିକ ହେବ । ସେଥିରେ ୧୧୦୦ ପାଇଲଟ୍‌ ଏବଂ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ସାମିଲ ହେବେ । ବର୍ତ୍ତମାନ ଆକାଶ ଏୟାରର କର୍ମ·ରୀ ସଂଖ୍ୟା ୨୦୦୦ରୁ ଅଧିକ ରହିଛି ।

୭ ମାସ ପୂର୍ବେ ଆକାଶ ଏୟାର ଏହାର ବିମାନ ସେବା ଆରମ୍ଭ କରିଛି । ଚଳିତବର୍ଷ ଶେଷବେଳକୁ କମ୍ପାନି ଅନ୍ତର୍ଜାତୀୟ ମାର୍ଗରେ ବିମାନ ସେବା ଆରମ୍ଭ କରିବ । ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନି ନୂଆ ବିମାନ କ୍ରୟ ଆଦେଶ ଦେବ ।

Leave A Reply

Your email address will not be published.