ମହଙ୍ଗା ମାଡ଼ରୁ ଖାଉଟିଙ୍କୁ ନିସ୍ତାର ନାହିଁ

0 157

ନୂଆଦିଲ୍ଲୀ : ପାଣିପାଗ ବିଭାଗର ପୂର୍ବ ଆକଳନ ଭିତ୍ତିରେ ଏଥର ଗ୍ରୀଷ୍ମ ଋତୁରେ ଟାଣ ଖରାକୁ ନେଇ ଲୋକେ ଯେତିକି ଚିନ୍ତିତ ନୁହଁନ୍ତି ଏହି ସମୟରେ ହେବାକୁ ଥିବା ବଜାର ତାତିକୁ ନେଇ ତା’ଠାରୁ ଅଧିକ ଆତଙ୍କିତ । କାରଣ ଆଗାମୀ ଦିନରେ ବଜାରରେ ଖାଦ୍ୟ ଏବଂ ପାନୀୟଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଅଧିକ ମହଙ୍ଗା ହୋଇପାରେ ।

ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ହ୍ରାସ ହେବାର ନାମ ନେଉନାହିଁ । ମୁଦ୍ରାସ୍ଫୀତି କମ୍‌ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବାରମ୍ବାର ସୁଧ ହାରରେ ବୃଦ୍ଧି କରିବା ସତ୍ତେ୍ୱ ପରିସ୍ଥିତି ସମାନ ରହିଛି । ମାର୍ଚ୍ଚ ମାସରେ ଅଦିନିଆ ବର୍ଷା ଗହମ ଏବଂ ସୋରିଷ ଭଳି ରବି ଫସଲ ନଷ୍ଟ କରିଦେଇଛି । ପରିସ୍ଥିତିକୁ ଦେଖୀ ଏବେଠାରୁ ଯାହା ଆକଳନ କରାଯାଉଛି ଆଗାମୀ ଦିନରେ ଦୁଗ୍ଧ, ବିସ୍କୁଟ୍‌ଠାରୁ ପାଉଁରୁଟି ଯାଏ ସବୁର ଦର ବଢ଼ିବ ।

ଏଥିସହିତ ପନିପରିବା ଆଉ ଫଳର ମୂଲ୍ୟରେ ବୃଦ୍ଧି ଖାଉଟିଙ୍କ ପକେଟ୍‌କୁ ଲୁଟିବାକୁ ପ୍ରସ୍ତୁତ । ଏସି, ଫ୍ରିଜ୍‌, କୁଲର୍‌ ଆଦି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ମୂଲ୍ୟ ବୃଦ୍ଧି କରିପାରନ୍ତି । ଏପରି ପରିସ୍ଥିତିରେ ଏଥର ଗ୍ରୀଷ୍ମ ସମୟରେ ରୋଷେଇ ଘରର ବଜେଟ୍‌ ସାଂଘାତିକ ରୂପ ନେବ । ବର୍ତ୍ତମାନ ବଜାରରେ ଗହମର ମୂଲ୍ୟ ସବୁ ସୀମା ଟପିଯାଇଛି । ଗରିବଙ୍କ ଥାଳିରେ ରୁଟି କମ୍‌ ହେବାରେ ଲାଗିଲାଣି ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ଖୋଲା ବଜାରକୁ ଗହମ ଷ୍ଟକ ଛାଡିବାକୁ ପଡିଲା । ଗହମ ମହଙ୍ଗା ଥିବାରୁ ବିସ୍କୁଟଠାରୁ ଆରମ୍ଭ କରି ପାଉଁରୁଟି ଯାଏ ସବୁର ମୂଲ୍ୟ ଆଗାମୀ ଦିନରେ ୨.୫ ରୁ ୩ ପ୍ରତିଶତ ବୃଦ୍ଧି ପାଇପାରେ । ଏହି ମହଙ୍ଗା ମାଡ଼ ମଧ୍ୟରେ  ଦୁଗ୍ଧ ଜାତୀୟ ବର୍ଷ ସାରା ବୁଥିବା ଦୁଗ୍ଧ ଜାତୀୟ ସାମଗ୍ରୀଗୁଡିକର ମୂଲ୍ୟ ଆହୁରି ବଢ଼ିବ । ପୂର୍ବରୁ ୮ ରୁ ୯ ପ୍ରତିଶତ ବୃଦ୍ଧି ପାଇସାରିଥିବା କ୍ଷୀର ମୂଲ୍ୟ ସହ ଦହି, ପନୀର ଆଉ ବଟର ଓ ଆଇସକ୍ରିମ୍‌ ମୂଲ୍ୟ ଆଗାମୀ ଦିନରେ ମହଙ୍ଗା ହୋଇପାରେ ।

ଏହାମଧ୍ୟରେ କ୍ଷୀରର ମୂଲ୍ୟ ୮ ରୁ ୯ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ଖାଇବା ତେଲର ଅବସ୍ଥା ଏପରି ଯେ ଯଦି ଏହା ବହୁ ପରିମାଣରେ ଆମଦାନୀ
କରା ନ ଯାଏ ତେବେ ଏହାର ମୂଲ୍ୟ ଗତ ବର୍ଷ ଭଳି ଲିଟର ପିଛା ୨୦୦ ଟଙ୍କା ଟପିଯିବ । ବର୍ତ୍ତମାନ ମାର୍ଚ୍ଚ ମାସରେ ହେଉଥିବା ଅଦିନିଆ ବର୍ଷା ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟରେ ରବି ଫସଲରେ ବ୍ୟାପକ କ୍ଷତି ଘଟାଇଛି ।

ଆହୁରିମଧ୍ୟ ଗହମ ଏବଂ ସୋରିଷ ଫସଲ ନଷ୍ଟ ହେବା ଫଳରେ ଆଗାମୀ ଦିନରେ ବଜାରରେ ସେହି ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବା ନିଶ୍ଚିତ । ଏଥିସହିତ ଆମ୍ବ ଏବଂ ଅଙ୍ଗୁରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଇଲେକ୍ଟ୍ରୋନିକ୍‌ ଉପକରଣ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଜାନୁଆରୀ-ଫେବୃଆରୀରେ ସେମାନଙ୍କର କ୍ଷମତାର ମାତ୍ର ୬୦ ରୁ ୭୦ ପ୍ରତିଶତ ଉତ୍ପାଦନ କରୁଥିଲେ ।

ଖାରା ତାତି ବିବା ପରେ ବର୍ତ୍ତମାନ କମ୍ପାନୀଗୁଡିକ ୯୦ ରୁ ୧୦୦ ପ୍ରତିଶତ କ୍ଷମତା ସହ ଏସି, ରେଫ୍ରିଜରେଟର, କୁଲର୍‌ ଏବଂ ଫ୍ରିଜର୍‌ ଉତ୍ପାଦନ କରୁଛନ୍ତି । ଶିଳ୍ପ ସହ ଜଡିତ ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଏଥର ଖରାଦିନେ ଏସି ଏବଂ ରେଫ୍ରିଜରେଟର ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକର ମୂଲ୍ୟ ୨ରୁ ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଏହାମଧ୍ୟରେ ବାଦ୍‌ ପଡୁନି ପ୍ରସାଧନ ସାମଗ୍ରୀୟ ଆଗକୁ ପ୍ରସାଧନ ସାମଗ୍ରୀ ବାବଦକୁ ମଧ୍ୟ ଖାଉଟିଙ୍କୁ ଅଧିକ ୮- ୧୦% ବ୍ୟୟ କରିବାକୁ ପଡିବ ।

Leave A Reply

Your email address will not be published.