ପୁଣି ଚର୍ଚ୍ଚାରେ ଏଲନ୍‌ ମସ୍କ ଗୋଲ୍ଡେନ ଟିକ୍‌ ପାଇଁ ପ୍ରତି ମାସରେ ୮୨ ହଜାର ଟଙ୍କା ଆଦାୟ କରିବ ଟ୍ୱିଟର

0 91

ନୂଆଦିଲ୍ଲୀ: ଏଲନ ମସ୍କ ଯେବେଠୁ ଟ୍‌ିଟର କିଣିଛନ୍ତି ଏହି ସାମାଜିକ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର ବିଷୟ ପାଲଟିଛି । କେତେବେଳେ କର୍ମ·ରୀଙ୍କ ଛଟେଇକୁ ନେଇ ତ ଆଉ
କେତେବେଳେ ଟ୍‌ିଟରର ବିଭିନ୍ନ ସେବା ପାଇଁ ଦରବୃଦ୍ଧିକୁ ନେଇ । ଏବେ ରାଜସ୍‌ ବୃଦ୍ଧି ଉଦ୍ଦେଶ୍ୟରେ ଏଲନ ମସ୍କ ଟ୍ୱିଟ୍‌ରେ ଗୋଲ୍ଡେନ ଭେରିଫାଏଡ ଚେକ୍‌ ମାର୍କ ପାଇଁ ମାସିକ ଏକ ହଜାର ଡଲାର ଅର୍ଥାତ ୮୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି ।

ଏଥିସହ ପ୍ରତ୍ୟେକ ଏଫିଲେଟେଡ୍‌ ଆକାଉଣ୍ଟ ଲାଗି ମାସିକ ଅତିରିକ୍ତ ୫୦ ଡଲାର (ପାଖାପାଖି ୪୧୦୦ ଟଙ୍କା) ଦେବାକୁ ପଡିବ । ଟ୍ୱିଟ୍‌ର ନିଜର ନୂତନ ଭେରିଫାଏଡ ଅର୍ଗାନାଇଜେସନ ପ୍ରୋଗ୍ରାମ ଆରମ୍ଭ କରିଛି । ଏଥିରେ ଅର୍ଗାନାଇଜେସନ ଗୋଲ୍ଡ ଭେରିଫିକେସନ ଚେକମାର୍କ ପାଇଁ ମୂଲ୍ୟ ଦେବାକୁ ପଡିବ । ଏହା ପୂର୍ବରୁ ଜାନୁଆରୀରେ ଟ୍ୱିଟର ବିଜେନସ ଅର୍ଗାନାଇଜେସନ ପ୍ରୋଗ୍ରାମର ଭେରିଫିକେସନ ଘୋଷଣା କରିଥିଲା ।

ତଦନୁଯାୟୀ ଏବେ ଏହାର ପ୍ରକ୍ରିୟା ଆରମ୍ଭ କରିଛି ଟ୍ୱିଟର । ଏବେ ଅର୍ଗାନାଇଜେସନ ଗୋଲ୍ଡ ଭେରିଫିକେସନ ଚେକମାର୍କ ପାଇଁ ମାସିକ ଏକ ହଜାର ଡଲାର ଅର୍ଥାତ ୮୨ ହଜାର ଟଙ୍କା ଦେବାକୁ ପଡିବ । ସେହିପରି ପ୍ରତ୍ୟେକ ଏଫିଲେଟେଡ୍‌ ଆକାଉଣ୍ଟ ଲାଗି ମାସିକ ଅତିରିକ୍ତ ୫୦ ଡଲାର(ପାଖାପାଖି ୪୧୦୦ ଟଙ୍କା) ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଦୁନିଆର ନମ୍ବର ୱାନ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣିବାରେ ସକ୍ଷମ ହୋଇଥିଲେ । ମସ୍କ ଆରମ୍ଭରୁ ହିଁ ନିଷ୍ପତ୍ତି ନେଇ ସାରିଥିଲେ ଯେ, ଟ୍‌ିଟରରେ ଭେରିଫିକେସନ ପାଇଁ ଗ୍ରାହକଙ୍କୁ ଏବେ ଖର୍ଚ୍ଚ କରିବାକୁ ପଡିବୟ ପେମେଣ୍ଟ ଭେରିଫିକେସନ ପ୍ରୋଗ୍ରାମ ଆଧାରରେ ଗ୍ରାହକ ଟ୍‌ିଟର ବ୍ଲଟିକ୍‌ ବସ୍କ୍ରାଇବରରେ ଲମ୍ବା ଟ୍ୱିଟ୍‌ ଲେଖିବା, ନିଜର ଟ୍ୱିଟ୍‌ ଏଡିଟ୍‌ କରିବା, ୧୦୮୦ପି ରିଜ୍ୟୁଲୁସନରେ ଭିଡିଓ ଅପଲୋଡ୍‌ କରିବା, ଟ୍ୱିଟ୍‌କୁ ରିଡର ମୋଡରେ ଦେଖିବା ଏବଂ ଅନ୍ୟ ଲାଭର ଆନନ୍ଦର ଲାଭ ଉଠାଇ ପାରିବେ ।

Leave A Reply

Your email address will not be published.